Home Faith & Encouragement Hope in the Midst of Suffering – ରୋମୀୟ 8: 28-30

Hope in the Midst of Suffering – ରୋମୀୟ 8: 28-30

326
0

ଲେଖକ – ରେଭ୍. ନିରଂଜନ ଜେମ୍ସ୍

ରୋମୀୟ 8:28 ବାଇବଲର ସବୁଠାରୁ ଜଣାଶୁଣା ପଦଗୁଡ଼ିକ ମଧ୍ୟରୁ ଗୋଟିଏ: “ଯେଉଁମାନେ ଈଶ୍ଵରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୂତ ହୋଇଅଛନ୍ତି, ଈଶ୍ଵର ଯେସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ।” ଅନେକ ଲୋକଙ୍କ ପାଇଁ, ଏହି ପଦଟି ଅପାର ଆଶାର ଉତ୍ସ | କିନ୍ତୁ ଅନ୍ୟମାନଙ୍କ ପାଇଁ, ଯେଉଁମାନେ ବହୁତ କଷ୍ଟ ପାଇଛନ୍ତି, ରୋମୀୟ 8:28  ସେମାନଙ୍କ ପାଁଇ ଏହା କ୍ଷତରେ ଲୁଣ ଲଗାଇବା ଭଳି ହେଇପାରେ | ସେମାନଙ୍କ ଦୁଃଖଦ ପରିସ୍ଥିତିରୁ କେଉଁ ପ୍ରକାରର “ଉତ୍ତମ” ବିଷୟ ଉତ୍ପନ୍ନ ହୋଇପାରେ ତାହା କଳ୍ପନା କରିବା କଷ୍ଟକର |

ଯେତେବେଳେ ଏକ ଦମ୍ପତି ଏକ ଶିଶୁକୁ ଗର୍ଭପାତରେ ହରାନ୍ତି, ସେଥିରେ କଣ ଉତ୍ତମତା ଅଛି? ଜଣେ ପିତା ଏକ ନୂତନ ପରିବାର ଆରମ୍ଭ କରିବା ପାଇଁ ନିଜ ପରିବାରକୁ ପରିତ୍ୟାଗ କଲେ ସେଥିରେ କ’ଣ ଭଲ ସମ୍ଭବ? ଯେତେବେଳେ ଜଣେ ଯୁବକ ଏକ ଗାଡ଼ି ଦୁର୍ଘଟଣାରେ ପକ୍ଷାଘାତ ହେଇଯାଏ, ସେତେବେଳେ ଈଶ୍ୱର କେଁଉ “ଉତ୍ତମ” କାର୍ଯ୍ୟ ସାଧନ କରନ୍ତି। Romans 8:28 ସାନ୍ତ୍ୱନାର ଏକ ପଦ ହେବା ଉଚିତ୍ | କିନ୍ତୁ ଗଭୀର ଦୁଃଖ ମଧ୍ୟରେ, ଆମ୍ଭମାନେ ଈଶ୍ୱରଙ୍କ ଦ୍ୱାରା ପରିତ୍ୟକ୍ତ ଅନୁଭବ କରୁ | ପ୍ରତ୍ୟାଖିତ । ଅଭିଶପ୍ତ । ଆପଣ କଣ କେବେ ଏହିପରି ପରିସ୍ଥିତିର ସମ୍ମୁଖିନ ହୋଇଥିବା କାହା ସହିତ ଭେଟିଛନ୍ତି କି? କଣ ଆପଣ ନିଜେ ଏହିପରି ପରିସ୍ଥିତି ମଧ୍ୟ ଦେଇ ଗତି କରିଛନ୍ତି କି? ଯଦି ଆପଣ ଏହିପରି ପରିସ୍ଥିତି ମଧ୍ୟ ଦେଇ ଗତି କରି ନାହାନ୍ତି, ତେବେ ଏହିପରି ସମୟ ଜୀବନରେ ନିଶ୍ଚୟ ଭାବେ ଆସିପାରେ |

ଆଉ ଆପଣ ଯେତେବେଳେ ସେହି ସମୟର ସମ୍ମୁଖିନ ହୁଅନ୍ତି, ତେବେ ଆପଣଙ୍କୁ ତିନୋଟି ବିଷୟ ମନେ ରଖିବାକୁ ପଡିବ, ଈଶ୍ୱର ରୋମୀୟ 8 କୁ ବ୍ୟବହାର କରି ଆମ୍ଭମାନଙ୍କୁ ଦୁଃଖ ମଧ୍ୟରେ ଭରସା ଦେବେ |

1. ଈଶ୍ୱର ଆପଣମାନଙ୍କ ଜୀବନରେ ଯେଉଁ ଉତ୍ତମ କାର୍ଯ୍ୟ ଆରମ୍ଭ କରିଅଛନ୍ତି, ତାହା ସେ ସାଧନ କରି ସିଦ୍ଧ କରିବେ |

ରୋମୀୟ 8:29, “କାରଣ ଯେଉଁମାନଙ୍କୁ ସେ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ତାହାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପ ହେବା ନିମନ୍ତେ ସେ ପୂର୍ବରୁ ନିରୂପଣ ମଧ୍ୟ କରିଥିଲେ, ଯେପରି ସେ ଅନେକ ଭ୍ରାତାଙ୍କ ମଧ୍ୟରେ ଅଗ୍ରଜ ହୁଅନ୍ତି।” ଏଠାରେ, ପାଉଲ ଏକ ଯୁକ୍ତି ଆରମ୍ଭ କରିବାକୁ ଚେଷ୍ଟା କରୁନାହାଁନ୍ତି |

କିନ୍ତୁ ସେ ଆମ୍ଭମାନଙ୍କୁ ଆଶ୍ୱାସନାର ବାକ୍ୟ ରୋମୀୟ 8:30 ରେ ଦେଉଛନ୍ତି, “ଆଉ, ଯେଉଁମାନଙ୍କୁ ସେ ପୂର୍ବରୁ ନିରୂପଣ କରିଥିଲେ, ସେମାନଙ୍କୁ ସେ ମଧ୍ୟ ଆହ୍ଵାନ କଲେ, ପୁଣି ଯେଉଁମାନଙ୍କୁ ସେ ଆହ୍ଵାନ କଲେ, ସେମାନଙ୍କୁ ସେମଧ୍ୟ ଧାର୍ମିକ ବୋଲି ଗଣିଲେ, ଆଉ ଯେଉଁମାନଙ୍କୁ ସେ ଧାର୍ମିକ ବୋଲି ଗଣିଲେ, ସେମାନଙ୍କୁ ସେ ମଧ୍ୟ ଗୌରବାନ୍ଵିତ କଲେ।”

ଯେତେବେଳେ ଆପଣ ଅନୁଭବ କରିବେ ଯେ ଆପଣ ଈଶ୍ୱରଙ୍କଠାରୁ ଦୁରେଇ ଯାଇଛନ୍ତି, ନିଶ୍ଚିତ ହୁଅନ୍ତୁ ଯେ, ସେ ଏପର୍ଯ୍ୟନ୍ତ ଆପଣଙ୍କୁ ଧରି ରଖିଛନ୍ତି | ଆମ୍ଭମାନଙ୍କୁ ଯୀଶୁଙ୍କ ପରିବାରରେ ସନ୍ତାନ ଭାବେ ଗ୍ରହଣ କରାଯାଇଛି |

ଆମ୍ଭମାନେ ତାହାଙ୍କ ପ୍ରିୟ ସନ୍ତାନ, ଏବଂ ଆମ ପିତା ଆମ ଦୁଃଖ ଦେଖିଛନ୍ତି | ଆମେ ଯନ୍ତ୍ରଣା ମଧ୍ୟରେ ଯାହା କିଛିର ସମ୍ମୁଖିନ ହେଉ, ଆମେ ନିଶ୍ଚିନ୍ତ ହୋଇପାରିବା ଯେ ପିତା ଆମ୍ଭମାନଙ୍କୁ ଏଥିରେ ଏକୁଟିଆ ଛାଡି ନାହାଁନ୍ତି ଏବଂ ତାଙ୍କର ହୃଦୟ ଆମ୍ଭ ସହିତ ବନ୍ଧା |

2. ଈଶ୍ୱର ଆମ୍ଭମାନଙ୍କୁ ଯୀଶୁଙ୍କ ପରି ଅଧିକ କରିବା ପାଇଁ ସମସ୍ତ ପରିସ୍ଥିତି ବ୍ୟବହାର କରୁଛନ୍ତି |

ରୋମୀୟ 8:28 ବ୍ୟବହାର କରୁଥିବା ଲୋକମାନେ ପ୍ରାୟତଃ ବାକି ପଦକୁ ଅଣଦେଖା କରନ୍ତି, ଯାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରେ: “ଯେଉଁମାନେ ଈଶ୍ଵରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୂତ ହୋଇଅଛନ୍ତି, ଈଶ୍ଵର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ।”

ଏବଂ ତାହାର ଉଦ୍ଦେଶ୍ୟ କ’ଣ? “କାରଣ ଯେଉଁମାନଙ୍କୁ ସେ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ତାହାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପ ହେବା ନିମନ୍ତେ ସେ ପୂର୍ବରୁ ନିରୂପଣ ମଧ୍ୟ କରିଥିଲେ, ଯେପରି ସେ ଅନେକ ଭ୍ରାତାଙ୍କ ମଧ୍ୟରେ ଅଗ୍ରଜ ହୁଅନ୍ତି।” ଆମ୍ଭମାନଙ୍କ ଜୀବନର ଉଦ୍ଦେଶ୍ୟ ହେଉଛି ଇଶ୍ୱର ଆମ୍ଭମାନଙ୍କୁ ଯୀଶୁଙ୍କ ପରି ଅଧିକ କରିବେ |

ରୋମୀୟ 8ରେ ଯେଉଁ “ଉତ୍ତମ” ବିଷୟରେ କୁହାଯାଇଛି, ତାହା କୌଣସି ଭଲ ପରିସ୍ଥିତି ବା ବିଷୟ ବସ୍ତୁ ନୁହେଁ କିନ୍ତୁ ଈଶ୍ୱର ଆମ୍ଭମାନଙ୍କ ଜୀବନକୁ “ଉତ୍ତମ” କରିବା ପାଇଁ –  ଯାହା ହେଉଛି, ଯୀଶୁଙ୍କ ପରି ଅଧିକ ହେବା ନିମନ୍ତେ ଚାହାନ୍ତି। ସର୍ବଦା, ପ୍ରତ୍ୟେକ ମୁହୂର୍ତ୍ତରେ, ଇଶ୍ୱର ସେହି ଦିଗରେ କାର୍ଯ୍ୟ କରୁଛନ୍ତି | ସମସ୍ତ ସମସ୍ୟା ଏବଂ ନିରାଶାଗୁଡ଼ିକ ଇଶ୍ୱର ଗୋଟିଏ ଉଦ୍ଦେଶ୍ୟରେ ବ୍ୟବହୃତ କରିଛନ୍ତି: ଆମ୍ଭମାନଙ୍କୁ ଯୀଶୁଙ୍କ ପ୍ରତିମୂର୍ତ୍ତିରେ ଅଧିକ ଗଢ଼ିବା ନିମନ୍ତେ |

3. ଆମ୍ଭମାନଙ୍କ ଜୀବନ-କାହାଣୀ ଆମ ଶରୀରର ମୁକ୍ତି ସହିତ ଶେଷ ହୁଏ |

ପାଉଲ କହନ୍ତି ଯେ “ସମସ୍ତ ସୃଷ୍ଟି…ଏକସଙ୍ଗରେ…ପ୍ରସବବେଦନାରେ ବ୍ୟଥିତ ହେଉଅଛି… ଆମ୍ଭେମାନେ…ଆପଣା ଶରୀରର ମୁକ୍ତି ନିମନ୍ତେ ଅପେକ୍ଷା କରୁ କରୁ ଆପଣା ଆପଣା ଅନ୍ତରରେ ଆର୍ତ୍ତନାଦ କରୁଅଛୁ।” (ରୋମୀୟ 8:22-23) | ଆମ୍ଭମାନଙ୍କ ଶରୀରର ମୁକ୍ତି ଆସୁଛି, ଏବଂ ଆମ ଶରୀର ଏହା ପାଇଁ କ୍ରନ୍ଦନ କରୁଛି | ଜଣେ ସୁସ୍ଥ ଯୁବକ ଏହାକୁ ପସନ୍ଦ କରି ନପାରେ | କିନ୍ତୁ ବୃଦ୍ଧମାନଙ୍କ ପାଇଁ, ରୋଗୀମାନଙ୍କ ପାଇଁ, ଯନ୍ତ୍ରଣାରେ ଥିବା ଲୋକମାନଙ୍କ ପାଇଁ, ଏହି କ୍ରନ୍ଦନ ଏକ ଦୈନିକ ବାସ୍ତବତା |

ଖ୍ରୀଷ୍ଟଙ୍କଠାରେ, ଆମର କ୍ରନ୍ଦନ ଏକ ପ୍ରତିଜ୍ଞା ଯେ ଆମ ଶରୀର ଦିନେ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଶରୀର ପରି ମୁକ୍ତ ହେବ | ପାଉଲ କହିଛନ୍ତି ଯେ ସ୍ୱର୍ଗରେ ଅନୁଭୂତ ହେବା ଗୌରବକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଅନୁଭବ କରୁଥିବା ସବୁଠାରୁ ଦୁଃଖଦାୟକ ପରିସ୍ଥିତିକୁ ମଧ୍ୟ ଏକ “କ୍ଷଣକାଳସ୍ଥାୟୀ ଲଘୁ କ୍ଳେଶ” ପରି ଦେଖିବା ଆବଶ୍ୟକ (୨ କରିନ୍ଥୀୟ 4:17) |

ପାଉଲ ଆମ୍ଭମାନଙ୍କ ବର୍ତ୍ତମାନର ଯନ୍ତ୍ରଣାକୁ କମ୍ କରିବାକୁ ଚେଷ୍ଟା କରୁନାହାଁନ୍ତି | କିନ୍ତୁ ସେ ଆମ୍ଭମାନଙ୍କୁ ଏହିପରି ଏକ ଦିନ ନିମନ୍ତେ ଭରସା ଦେବାକୁ ଚେଷ୍ଟା କରୁଛନ୍ତି ଯେତେବେଳେ ସମସ୍ତ ଯନ୍ତ୍ରଣା ଅନନ୍ତ-କାଳସ୍ଥାୟୀ ମହା ଗୌରବରେ ଲୀନ ହୋଇଯିବ |

ଯନ୍ତ୍ରଣା, ଭ୍ରଷ୍ଟାଚାର ଏବଂ ଅସାରତା ପୂର୍ଣ୍ଣ ଏହି ଦୁନିଆରେ, ଈଶ୍ୱର ଚାହାନ୍ତି ଯେ ଆମ୍ଭମାନେ କେବଳ ଏହି ଏକ ଅନନ୍ତ ଆଶାରେ ଆମ୍ଭମାନଙ୍କ ବର୍ତ୍ତମାନର ଜୀବନକୁ ସ୍ଥାପନ କରିବା ନିମନ୍ତେ ଉଦ୍ୟମ କରୁ  |

ଆମେନ୍ |