Home Latest News ତୃତୀୟ ଲହର କଥା ଚିନ୍ତା ନକରି ଆକ୍ରାନ୍ତଙ୍କ ଚିକିତ୍ସା ଉପରେ ଧ୍ୟାନ ଦିଅ: ବିଶେଷଜ୍ଞ

ତୃତୀୟ ଲହର କଥା ଚିନ୍ତା ନକରି ଆକ୍ରାନ୍ତଙ୍କ ଚିକିତ୍ସା ଉପରେ ଧ୍ୟାନ ଦିଅ: ବିଶେଷଜ୍ଞ

168
0

ଭୁବନେଶ୍ୱର: ମେ୧ରେ ୧୦, ୪୧୩, ୨ରେ ୮୦୧୫, ୩ରେ ୮୯୧୪, ୪ରେ ୮୨୧୬, ୫ରେ ୯୮୮୯ ଓ ଆଜି ୧୦, ୫୨୧। ମେ ମାସର ପ୍ରଥମ ୬ ଦିନରେ ଚିହ୍ନଟ ହେଲେଣି ୫୫ ହଜାର ୯୬୮ କୋଭିଡ୍ ଆକ୍ରାନ୍ତ। ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲା ସ୍ଥିତି ସଙ୍ଗୀନ। ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଯାଇଛି ୧୭ ଜୀବନ। ଆଗକୁ ସ୍ଥିତି ଆହୁରି ବିଗିଡିପାରେ। ଦେଶର ଅନ୍ୟ ଭାଗରେ ତାଣ୍ଡବ ରଚିବା ପରେ ପୂର୍ବ ଭାରତରେ ବି କରୋନା ଧିରେ ଧିରେ ଏହାର କରାଳ ରୂପ ଦେଖାଇବା ଆରମ୍ଭ କଲାଣି। ତେଣୁ କେନ୍ଦ୍ର ସରକାରଙ୍କ ଫୋକସ୍‌ରେ ଏବେ ପୂର୍ବ ଭାରତ ରାଜ୍ୟ ସମୂହ।