Home Latest News ୨ୟ ଡୋଜ୍ ଅପେକ୍ଷାରତଙ୍କୁ ପ୍ରଥମେ ଦିଆଯିବ କରୋନା ଟିକା

୨ୟ ଡୋଜ୍ ଅପେକ୍ଷାରତଙ୍କୁ ପ୍ରଥମେ ଦିଆଯିବ କରୋନା ଟିକା

206
0

ଭୁବନେଶ୍ୱର: ଟିକାକରଣ ସଂପର୍କରେ ସ୍ୱାସ୍ଥ୍ୟ ACS ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ରାଜ୍ୟରେ ୯୭% ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଓ ୮୭%କୁ ୨ୟ ଡୋଜ୍ ଦିଆଗଲାଣି। ସମ୍ମୁଖ ଯୋଦ୍ଧାଙ୍କ ମଧ୍ୟରେ ପ୍ରଥମ ଡୋଜ୍ ୯୭%, ୨ୟ ଡୋଜ୍ ୮୫% ନେଲେଣି। ରାଜ୍ୟରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ବର୍ଗରେ ମୋଟ ୧ କୋଟି ୧୬ ଲକ୍ଷ ଲୋକ ଅଛନ୍ତି। ୧ କୋଟି ୧୬ ଲକ୍ଷ ଲୋକଙ୍କ ମଧ୍ୟରୁ ୪୩.୫୫ ଲକ୍ଷ ପ୍ରଥମ ଡୋଜ୍ ନେଲେଣି। ସେଥିରୁ ୨୩ ଲକ୍ଷ ୪୩ ହଜାର ଲୋକଙ୍କ ୨ୟ ଡୋଜ୍ ଡିଉ ହେଲାଣି। ୨ୟ ଡୋଜ୍ ଆମେ ଏଯାଏ ୫ ଲକ୍ଷ ୯୬ ହଜାର ଲୋକଙ୍କୁ ଦେଲୁଣି। ଏଯାଏ ପାଖାପାଖି ୧୭ ଲକ୍ଷ ଲୋକଙ୍କ ୨ୟ ଡୋଜ୍ ଡିଉ ହେଉଛି ବୋଲି ACS କହିଛନ୍ତି।