Home Latest News କରୋନା ମୁକାବିଲାରେ ଗେମ୍‌ଚେଞ୍ଜର ହେବ କି ସ୍ପୁଟନିକ୍‌ ଲାଇଟ୍ ଭ୍ୟାକ୍‌ସିନ୍‌ ?

କରୋନା ମୁକାବିଲାରେ ଗେମ୍‌ଚେଞ୍ଜର ହେବ କି ସ୍ପୁଟନିକ୍‌ ଲାଇଟ୍ ଭ୍ୟାକ୍‌ସିନ୍‌ ?

187
0

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ସହ ଲଢ଼େଇ ପାଇଁ ଭ୍ୟାକ୍‌ସିନ୍‌ ହିଁ ଏକମାତ୍ର ଭରସା। ଏଭଳି ସ୍ଥିତିରେ ଭ୍ୟାକ୍‌ସିନେସନ୍‌ ଅର୍ଥାତ୍‌ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି ସରକାର। ଭାରତରେ ଏବେ ଦୁଇ ପ୍ରକାରର ଭ୍ୟାକ୍‌ସିନ୍‌ କୋଭାକ୍ସିନ୍ ଓ କୋଭିସିଲ୍ଡ ଦିଆଯାଉଛି। ଏହାର ଦୁଇଟି ଲେଖାଏ ଡୋଜ୍ ନେବାକୁ ପଡ଼ୁଛି। ତେବେ ଋଷ ଏଭଳି ଏକ ଭ୍ୟାକ୍‌ସିନ୍‌ ବାହାର କରିଛି ଯାହାର ସିଙ୍ଗଲ ଡୋଜ୍‌ରେ ହିଁ କରୋନାର ମୁକାବିଲା କରି ହେବ। ଏହି ଟିକା ହେଉଛି ସ୍ପୁଟନିକ୍‌ ଲାଇଟ୍(Sputnik Light)। ଭାରତ ଭଳି ଜନବହୁଳ ଦେଶ ପାଇଁ ଏହା ନିଶ୍ଚିତ ଭାବେ ଆଶ୍ୱସ୍ତିକର ଖବର। ଅନ୍ୟ ଭ୍ୟାକ୍‌ସିନ୍‌ର ଦୁଇଟି ଡୋଜ୍ ସହ ସ୍ପୁଟନିକ୍‌ ଲାଇଟ୍ର ଗୋଟିଏ ଡୋଜ୍ ପର୍ଯ୍ୟାପ୍ତ ହୋଇଥିବାରୁ ଟିକାକରଣ କ୍ଷେତ୍ରରେ ଏହା ଗେମ୍‌ଚେଞ୍ଜର ହେବ ବୋଲି କୁହାଯାଉଛି।