Home Covid କରୋନା କାଳରେ ଦେବଦୂତ ସାଜି ବଞ୍ଚାଉଛନ୍ତି ରୋଗୀଙ୍କ ଜୀବନ

କରୋନା କାଳରେ ଦେବଦୂତ ସାଜି ବଞ୍ଚାଉଛନ୍ତି ରୋଗୀଙ୍କ ଜୀବନ

148
0

ଭୁବନେଶ୍ୱର: କରୋନାର କହର ଆପଣାକୁ ବି କରି ଦେଉଛି ପର। ଆକ୍ରାନ୍ତଙ୍କୁ କେହି ଭେଟିବାର ଦୂରର କଥା, କଥା ହେବା ଲାଗି ବି ସଙ୍କୋଚ ପ୍ରକାଶ କରୁଛନ୍ତି ପରିଜନ। ଏଭଳି ସ୍ଥିତିରେ କରୋନା ରୋଗୀଙ୍କ ଲାଗି ଦେବଦୂତ ସାଜିଛନ୍ତି ରାଜଧାନୀ ଭୁବନେଶ୍ୱରର କିଛି ବ୍ୟକ୍ତି। ସେବାକୁ ନିଜ ଧର୍ମ ଭାବି କିଏ ନିଜକୁ ଆମ୍ବୁଲାନ୍ସ ଡ୍ରାଇଭର ସଜେଇଛି ତ ଆଉ କିଏ ଗୁରୁତର ରୋଗୀଙ୍କୁ ଅକ୍ସିଜେନ ଯୋଗାଇ ସେବା ଧର୍ମକୁ ପାଳନ କରୁଛନ୍ତି।