Home Covid ଭାରତର ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ ସହିତ ମିଳିତ ଭାବେ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କୋଭିଡ୍‌ ଟିକା ଉତ୍ପାଦନ...

ଭାରତର ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ ସହିତ ମିଳିତ ଭାବେ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କୋଭିଡ୍‌ ଟିକା ଉତ୍ପାଦନ କରିବା ଲାଗି ଆମେରିକା ଆଗ୍ରହୀ

141
0

ୱାସିଂଟନ୍‌: ଭାରତରେ ମିଳିତ ଭାବେ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ର ୧ଡୋଜ୍‌ବିଶିଷ୍ଟ କୋଭିଡ୍‌-୧୯ ଟିକା ଉତ୍ପାଦନ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଆଗ୍ରହୀ ଏବଂ ସେଥିପାଇଁ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ ଭଳି ଉତ୍ପାଦନକାରୀଙ୍କ ସହଯୋଗ ଆବଶ୍ୟକ ବୋଲି ମଙ୍ଗଳବାର ଦିନ ୟୁଏସ୍‌ ଦୂତାବାସର ‘ଚାର୍ଜ ଡି’ଆଫେୟାର୍ସ’ ଡାନିଏଲ୍‌ ବି. ସ୍ମିଥ୍‌ କହିଛନ୍ତି।