Home Covid କରୋନା ଟିକାର ତୃତୀୟ ଡୋଜ୍‌ ମଧ୍ୟ ନେବାକୁ ପଡ଼ିବ କି ? ଜାଣନ୍ତୁ କ’ଣ କହୁଛନ୍ତି...

କରୋନା ଟିକାର ତୃତୀୟ ଡୋଜ୍‌ ମଧ୍ୟ ନେବାକୁ ପଡ଼ିବ କି ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ..

117
0

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଏବେ ସାରା ଦେଶକୁ ଚିନ୍ତାରେ ପକାଇଛି । ଏହାରି ଭିତରେ ଏବେ ସାଧାରଣରେ ଏକ ନୂଆ ପ୍ରଶ୍ନ ସୃଷ୍ଟି ହୋଇଛି । କରୋନା ଟିକାର ଦୁଇଟି ଡୋଜ୍‌ ନେବା ପରେ କ’ଣ ତୃତୀୟ ବୁଷ୍ଟର ଡୋଜ୍‌ ନେବାକୁ ପଡ଼ିବ କି ? ତେବେ ଏନେଇ ଦେଶର ଜଣାଶୁଣା ବିଶେଷଜ୍ଞମାନେ କହିଛନ୍ତି ଯେ, ଭବିଷ୍ୟତରେ କୋଭିଡ-୧୯ ମହାମାରୀକୁ ଏଡ଼ାଇବା ପାଇଁ ଲୋକଙ୍କୁ ତୃତୀୟ ଡୋଜ ନେବାକୁ ପଡିପାରେ । କିନ୍ତୁ ଏବେ ସୁଦ୍ଧା ଏହାର କାର୍ଯ୍ୟକାରିତା ଏବଂ କ୍ଷମତା ଉପରେ ପର୍ଯ୍ୟାପ୍ତ ତଥ୍ୟ ନାହିଁ ।