Home Covid ଏବେଠୁ ଏମାନେ ବି କରୋନା ସମ୍ମୁଖ ଯୋଦ୍ଧା: ସେପଟେ ଶିଶୁଙ୍କ ପାଇଁ ଆଡଭାଇଜରି ଜାରି କଲା...

ଏବେଠୁ ଏମାନେ ବି କରୋନା ସମ୍ମୁଖ ଯୋଦ୍ଧା: ସେପଟେ ଶିଶୁଙ୍କ ପାଇଁ ଆଡଭାଇଜରି ଜାରି କଲା ସ୍ୱାସ୍ଥ୍ୟ ବିଭାଗ

105
0

ବଢିଲା ସମ୍ମୁଖ ଯୋଦ୍ଧାଙ୍କ ତାଲିକା ।

ଭୁବନେଶ୍ୱର: ସମ୍ମୁଖ ଯୋଦ୍ଧା ତାଲିକାରେ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ସାମିଲ୍ କଲେ ରାଜ୍ୟ ସରକାର। ଏନେଇ ସବୁ ଜିଲ୍ଲାପାଳ, ପୌରାଞ୍ଚଳ କମିଶନରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ଚିଠି ଲେଖିଛନ୍ତି। ବନ ଅଧିକାରୀ, ଫରେଷ୍ଟ ଗାର୍ଡଙ୍କୁ ସମ୍ମୁଖ ଯୋଦ୍ଧା ମାନ୍ୟତା ଦେଲେ ରାଜ୍ୟ ସରକାର। ଏହାସହ ବ୍ୟାଙ୍କ ଓ ବୀମା କଂପାନୀ ସହ ATM ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ବି ମିଳିଲା ସମୁଖ ଯୋଦ୍ଧା ମାନ୍ୟତା। କେବଳ ଏତିକି ନୁହେଁ ବରଂ ଏହାସହ ଫିଲିଂ ଷ୍ଟେସନ ଓ କଷ୍ଟମର କେୟାର କର୍ମଚାରୀଙ୍କୁ ମଧ୍ୟ ସମ୍ମୁଖ ଯୋଦ୍ଧା ମାନ୍ୟତା ମିଳିଲା। ରେଲେଓ୍ୱ ଷ୍ଟାଫ୍, ଅକ୍ସିଜେନ ପ୍ଲାଣ୍ଟ କର୍ମଚାରୀ, ଜିଲ୍ଲା ଶିଶୁ ସୁରକ୍ଷା ଷ୍ଟାଫ୍ ବି ସମ୍ମୁଖ ଯୋଦ୍ଧାରେ ସାମିଲ୍ ହୋଇଛନ୍ତି। ସେହିପରି ୧୦୮ ହେଲପ୍ ଲାଇନ୍ ନମ୍ବର ଷ୍ଟାଫ୍ ଓ କଲ୍ ସେଣ୍ଟର କର୍ମଚାରୀଙ୍କୁ ଏହି ମାନ୍ୟତା ମିଳିଲା।