Home Covid କୋଭିଡ୍‌ ଟିକାର ପେଟେଣ୍ଟ୍‌ ତୁରନ୍ତ ଛାଡ଼ିବାକୁ ଭାରତର ଦାବି

କୋଭିଡ୍‌ ଟିକାର ପେଟେଣ୍ଟ୍‌ ତୁରନ୍ତ ଛାଡ଼ିବାକୁ ଭାରତର ଦାବି

199
0

ବିଶ୍ବ ବାଣିଜ୍ୟ ସଂଗଠନରେ ଦାବି ଉଠାଇଲେ ଗୋଏଲ୍‌

କୋଭିଡ୍‌ ମହାମାରୀ ପରିପ୍ରେକ୍ଷୀରେ ବିଶ୍ବରେ ଟିକା ଉତ୍ପାଦନକାରୀ କମ୍ପାନି ସାମୟିକ ଭାବେ ନିଜ ଟିକାର ପେଟେଣ୍ଟ୍‌ (ବୌଦ୍ଧିକ ସମ୍ପତ୍ତି ଅଧିକାର) ଛାଡ଼ କରିବାକୁ ଭାରତ କିଛି ଦିନ ହେଲା କହି ଆସୁଛି। ତୁରନ୍ତ ଏହି ପ୍ରସ୍ତାବ ଉପରେ ଆନ୍ତର୍ଜାତିକ ସ୍ତରରେ ସହମତି ଆଣିବା ନିମନ୍ତେ ଭାରତ ତା’ର ଅଭିଯାନ ଜାରି ରଖିଛି। ୧୨ ତ‌ାରିଖରେ ୱାର୍ଲଡ୍‌ ଇକୋନୋମିକ୍‌ ଫୋରମ୍‌ର ଏକ ବୈଠକରେ ଭାରତର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ୍‌ ଏହି ପ୍ରସଙ୍ଗ ପୁଣି ଉଠାଇଥିଲେ। ବିଶ୍ବ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ଏହି ପ୍ରସ୍ତାବ ଉପରେ ତୁରନ୍ତ ସହମତି ଆଣି କାର୍ଯ୍ୟ କରିବାକୁ ସେ କହିଥିଲେ।