Home Covid କରୋନାକୁ ହରାଇଲା ୨୫ ଦିନର ଶିଶୁ; ୧୦ ଦିନ ଭେଣ୍ଟିଲେଟର୍‌ରେ ରହିବା ପରେ ପାଇଲା ବିଜୟ

କରୋନାକୁ ହରାଇଲା ୨୫ ଦିନର ଶିଶୁ; ୧୦ ଦିନ ଭେଣ୍ଟିଲେଟର୍‌ରେ ରହିବା ପରେ ପାଇଲା ବିଜୟ

93
0

କଳାହାଣ୍ଡିରୁ ଭୁବନେଶ୍ୱର ଆସିଥିବା ଶିଶୁଟି ଜନ୍ମ ହେବାର ୧୫ ଦିନ ପରେ ତା’ ବାପା, ମା’ ଓ ଜେଜେବାପା କୋଭିଡ୍ ଆକ୍ରାନ୍ତ ହୋଇଥିଲେ । କିଛି ଦିନ ପରେ ତା’ ଜେଜେବାପାଙ୍କର କରୋନାରେ ଦେହାନ୍ତ ହୋଇଥିଲା ।

ଭୁବନେଶ୍ୱର: ପ୍ରତି ଦିନ କରୋନା ଭାଇରସ୍‌ ସଂକ୍ରମଣରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ଓ ମୄତ୍ୟୁ ସଂଖ୍ୟା ବଢ଼ିଚାଲିଥିବାରୁ ଲୋକେ ମାନସିକ ସ୍ତରରେ ଭୟଭୀତ ହୋଇପଡୁଥିବା ବେଳେ ଏକ ଆଶ୍ବସ୍ତିକର ଖବର ଆସିଛି । ମାତ୍ର ୨୫ ଦିନର ଏକ ଶିଶୁ କରୋନାକୁ ହରାଇଦେଇଛି । କଳାହାଣ୍ଡିରୁ ଆସିଥିବା ଏହି ଶିଶୁ ଭୁବନେଶ୍ୱରରେ ସୁସ୍ଥ ହୋଇ ଘରକୁ ଫେରିଛି ।