Home Covid ରାଜ୍ୟର କୋଭିଡ୍ ହସ୍ପିଟାଲଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଦୃଢ଼ ହେଲା; ଯାଞ୍ଚ କଲେ ବଡ଼ ଅଧିକାରୀ

ରାଜ୍ୟର କୋଭିଡ୍ ହସ୍ପିଟାଲଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଦୃଢ଼ ହେଲା; ଯାଞ୍ଚ କଲେ ବଡ଼ ଅଧିକାରୀ

124
0

ଅଗ୍ନିଶମ ବିଭାଗ ପକ୍ଷରୁ ରାଜ୍ୟରେ ଥିବା ସବୁ ୬୨ଟି କୋଭିଡ୍ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ମୋ’ଟ ୩୮୪ ଜଣ ଅଗ୍ନିଶମ କର୍ମଚାରୀ କୋଭିଡ ହସ୍ପିଟାଲଗୁଡ଼ିକରେ ୨୪-ଘଣ୍ଟିଆ ଡ୍ୟୁଟିରେ ନିୟୋଜିତ ଅଛନ୍ତି ।

କଟକ: ରାଜ୍ୟରେ ଥିବା କୋଭିଡ୍ ହସ୍ପିଟାଲଗୁଡ଼ିକରେ ରୋଗୀ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବାରୁ ସେଠାରେ ରୋଗୀଙ୍କ ଚିକିତ୍ସା ସହିତ ସେମାନଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ବିଶେଷ କରି ଦେଶର ବିଭିନ୍ନ କୋଭିଡ୍ ହସ୍ପିଟାଲଗୁଡ଼ିକରେ ଅଗ୍ନିକାଣ୍ଡ ଘଟଣା ସାମନାକୁ ଆସିବା ପରେ ରାଜ୍ୟରେ ଥିବା କୋଭିଡ୍ ସବୁ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରାଯାଇଛି ।