Home Covid ବିଏମସିର ବଡ଼ ନିଷ୍ପତ୍ତି: ଏଣିକି ଡୋରଷ୍ଟେପରେ ମିଳିବ ଟିକାକରଣ ସହ ଟେଷ୍ଟିଂ ସୁବିଧା

ବିଏମସିର ବଡ଼ ନିଷ୍ପତ୍ତି: ଏଣିକି ଡୋରଷ୍ଟେପରେ ମିଳିବ ଟିକାକରଣ ସହ ଟେଷ୍ଟିଂ ସୁବିଧା

88
0

ଭୁବନେଶ୍ୱର: ଏଣିକି ଡୋରଷ୍ଟେପରେ ମିଳିବ ଟିକାକରଣ ସହ ଟେଷ୍ଟିଂ ସୁବିଧା। ଅର୍ଥାତ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗକୁ ଘରୁ ନେଇ ଟିକା ଦିଆଯିବ ଏବଂ ଘରେ ଆଣି ଛଡ଼ାଯିବ। ଭୁବନେଶ୍ୱର ମହାନଗର ନିଗମ କମିଶନର ସଞ୍ଜୟ ସିଂ ଏହି ସୂଚନା ଦେଇଛନ୍ତିା ସଂକ୍ରମଣ ସନ୍ଦେହ କରୁଥିବା ଭୁବନେଶ୍ୱରର ଯେ କୌଣସି ବରିଷ୍ଠ ନାଗରିକ ୧୯୨୯କୁ ଫୋନ୍ କରି ନିଜର ତଥ୍ୟ ଜଣାଇବେ। ଏହାପରେ ତାଙ୍କୁ ଟିକାକରଣ କେନ୍ଦ୍ରକୁ ନିଆଯିବ, ଟିକାକରଣ ପରେ ପୁଣି ଘରେ ଆଣି ଛଡାଯିବ ବୋଲି କହିଛନ୍ତି ବିଏମ୍ସି କମିଶନର।