Home Covid ଆଜି ବସୁଛି ସର୍ବଦଳୀୟ ବୈଠକ: ରାଜ୍ୟରେ ପୁଣି ବଢିବ କି ଲକଡାଉନ୍‌?

ଆଜି ବସୁଛି ସର୍ବଦଳୀୟ ବୈଠକ: ରାଜ୍ୟରେ ପୁଣି ବଢିବ କି ଲକଡାଉନ୍‌?

146
0

ବୈଠକ ପରେ ଲକଡାଉନ୍‌ ନିଷ୍ପତ୍ତି?

  • କରୋନା ସ୍ଥିତିକୁ ନେଇ ଆଜି ସର୍ବଦଳୀୟ ବୈଠକ
  • ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ
  • ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ବିଧାୟକ ଭର୍ଚୁଆଲରେ ଯୋଗଦେବେ
  • ରାଜ୍ୟରେ କରୋନା ସ୍ଥିତି, ମୁକାବିଲା ଓ ପଦକ୍ଷେପର ସମୀକ୍ଷା ହେବ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିକୁ ନେଇ ଆଜି ସର୍ବଦଳୀୟ ବୈଠକ ବସିବ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିବ ଏହି ସର୍ବଦଳୀୟ ବୈଠକ। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ବିଧାୟକ ଭର୍ଚୁଆଲରେ ଯୋଗଦେବେ। ରାଜ୍ୟରେ କରୋନା ସ୍ଥିତି ଏହାର ମୁକାବିଲା ଏବଂ ପରବର୍ତ୍ତୀ ପଦକ୍ଷେପ ଆଦି ସମ୍ପର୍କରେ ସମୀକ୍ଷା ହେବ।