Home Covid ୧୯୨୯କୁ ଫୋନ କଲେ ଟିକାକରଣରେ ମିଳିବ ବଡ଼ ସୁବିଧା

୧୯୨୯କୁ ଫୋନ କଲେ ଟିକାକରଣରେ ମିଳିବ ବଡ଼ ସୁବିଧା

120
0

ଭୁବନେଶ୍ୱର: ସୁବିଧାରେ ହେବ ସିନିଅର ସିଟିଜେନଙ୍କ କରୋନା ଟେଷ୍ଟ ଏବଂ ଟିକାକରଣ। ରାଜଧାନୀ ଭୁବନେଶ୍ୱରରେ ଏଥିଲାଗି ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବରିଷ୍ଠ ନାଗରିକଙ୍କୁ ଘରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ନିଆଯାଇ ଟିକା ଦାନ ପରେ ପୁଣି ଘରେ ଛାଡ଼ି ଦିଆଯିବ। ଏଥିଲାଗି ଆଜିଠୁ ଆରମ୍ଭ ହେଉଛି ବ୍ୟବସ୍ଥା। ୧୯୨୯କୁ ଫୋନ୍ କଲେ ଏହି ସେବା ମିଳିବ, ବିଶେଷ କରି ଏକୁଟିଆ ରହୁଥିବା କିମ୍ବା ବାହାରକୁ ଆସିପାରୁନଥିବା ବରିଷ୍ଠ ନାଗରିକମାନେ ଏହା ଦ୍ୱାରା ବିଶେଷ ଭାବେ ଉପକୃତ ହେବେ।