Home Covid ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ...

ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର

198
0

ନୂଆଦିଲ୍ଲୀ, ୧୮/୦୫ : ଭାକସିନ୍ ନେବା ପରେ କିଛି ବ୍ୟକ୍ତି ପାର୍ଶ୍ୱ ପ୍ରତିକ୍ରିୟା ନେଇ ଅଭିଯୋଗ କରୁଛନ୍ତି । ବ୍ରିଟେନରେ ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ଭାକସିନ୍ ନେଇଥିବା କିଛି ବ୍ୟକ୍ତିଙ୍କଠାରେ ବ୍ଲଡ୍ କ୍ଲଟ୍ ସମସ୍ୟା ଦେଖାଦେଇଥିଲା । ଭାରତରେ କୋଭିସିଲ୍ଡ ଟିକାକୁ ନେଇ ମଧ୍ୟ ଅନେକଙ୍କ ମନରେ ପାର୍ଶ୍ୱ ପ୍ରତିକ୍ରିୟା ନେଇ ଦ୍ୱନ୍ଦ୍ୱ ରହିଛି । ଏହାମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସ୍ୱାସ୍ଥ୍ୟ କର୍ମୀ ଓ ଭାକସିନ୍ ନେଇଥିବା ବ୍ୟକ୍ତିଙ୍କୁ ପାର୍ଶ୍ୱ ପ୍ରତିକ୍ରିୟା ନେଇ ଆଡଭାଇଜାରୀ ଜାରି କରିଛି । ଏଥିରେ ୨୦ ଦିନ ମଧ୍ୟରେ ବ୍ଲଡ୍ କ୍ଲଟସ୍ ଲକ୍ଷଣ ଚିହ୍ନଟ କରିବାକୁ କୁହାଯାଇଛି ।ଯଦି କୌଣସି ଗୁରୁତର ଲକ୍ଷଣ ଦେଖାଯାଏ ତେବେ ଟିକାକରଣ କେନ୍ଦ୍ରରେ ଅଭିଯୋଗ କରିବାକୁ ମଧ୍ୟ ଅବଗତ କରାଯାଇଛି ।