Home Covid ରାଜ୍ୟରେ ପ୍ରଥମ: ବ୍ରହ୍ମପୁରରେ ଘରକୁ ଘର ବୁଲି ବୟସ୍କ ଓ ଭିନ୍ନକ୍ଷମଙ୍କ ଟିକାକରଣ ଆରମ୍ଭ ହେଲା

ରାଜ୍ୟରେ ପ୍ରଥମ: ବ୍ରହ୍ମପୁରରେ ଘରକୁ ଘର ବୁଲି ବୟସ୍କ ଓ ଭିନ୍ନକ୍ଷମଙ୍କ ଟିକାକରଣ ଆରମ୍ଭ ହେଲା

137
0

ଦୁଇ ଦିନ ତଳେ ଘରକୁ ଘର ବୁଲି ବୟସ୍କ ଓ ଭିନ୍ନକ୍ଷମ ଲୋକଙ୍କ ସ୍ବାବ୍ ସଂଗ୍ରହ କରିବା ପାଇଁ ଏକ ଗାଡ଼ିର ଶୁଭାରମ୍ଭ କରାଯାଇଥିଲା । ଏବେ ଆରମ୍ଭ ହୋଇଥିବା ଘରକୁ ଘର ବୁଲି ଟିକାକରଣ ପ୍ରକ୍ରିୟାକୁ ଲୋକେ ସ୍ୱାଗତ କରିଛନ୍ତି ।

ବ୍ରହ୍ମପୁର: ରାଜ୍ୟରେ ପ୍ରଥମ ଥର ପାଇଁ ବ୍ରହ୍ମପୁରରେ ଆରମ୍ଭ ହୋଇଛି ଘରକୁ ଘର ବୁଲି ଟିକାକରଣ । ସହରରେ ୭୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ଭିନ୍ନକ୍ଷମ ଲୋକଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଇଛି ବ୍ରହ୍ମପୁର ମହାନଗର ନିଗମ (ବି.ଏମ୍‌.ସି.) ।