Home Awareness ‘ଆରଟିପିସିଆର ରିପୋର୍ଟ ନେଗେଟିଭ୍‌ ଆସିଲେ ବି ଆପଣ କରୋନା ମୁକ୍ତ ଭାବିବା ଭୁଲ୍‌’

‘ଆରଟିପିସିଆର ରିପୋର୍ଟ ନେଗେଟିଭ୍‌ ଆସିଲେ ବି ଆପଣ କରୋନା ମୁକ୍ତ ଭାବିବା ଭୁଲ୍‌’

124
0

ଆପଣଙ୍କୁ ଥଣ୍ଡା, ଜ୍ବର, କାଶ, କ୍ଲାନ୍ତ ଲାଗିବା ଆଦି ହେଉଛି କି? ତା’ହେଲେ ପ୍ରଥମଦିନରୁ ହିଁ ସଜାଗ ରହିବା ଦରକାର। ନିଜକୁ ୧୪ଦିନ ସଙ୍ଗରୋଧରେ ରଖିବା ଦରକାର। କିନ୍ତୁ ଆମେ ଅଧିକାଂଶ ଦୁଇ ତିନି ଦିନ ଔଷଧ ନେବା ପରେ ସୁସ୍ଥ ଅନୁଭବ କରିବା ମାତ୍ରେ ତୁରନ୍ତ ପୁଣି କାମ ଆରମ୍ଭ କରିବା ସହ ବୁଲାଚଲା ଆରମ୍ଭ କରୁଛୁ। କିନ୍ତୁ ଏଭଳି ଆଦୌ କରନ୍ତୁନି। ଯଦି ଆପଣଙ୍କ ଆରଟିପିସିଆର ପରୀକ୍ଷା ବି‌ ନେଗେଟିଭ୍‌ ଆସୁଛି, ତାହେଲେ ବି ଆପଣ ଯେ କରୋନାରୁ ମୁକ୍ତ ସେକଥା ଭାବିବା ଭୁଲ। ତେଣୁ ରିପୋର୍ଟ ଯାହା ବି ଆସୁ ନା ନାହିଁ କାହିଁକି ତୁରନ୍ତ ୧୪ ଦିନ ଗୃହ ସଙ୍ଗରୋଧରେ ରହନ୍ତୁ। ଘରେ ଶୋଇକି ରୁହନ୍ତୁ। କାରଣ ଯଦିବା ୩/୪ଦିନରେ ଲକ୍ଷଣ କମିଯାଉଛି, କିନ୍ତୁ ସପ୍ତାହେ ପରେ ବି ଜଣେ ଲକ୍ଷଣ ମୁକ୍ତ ଥିବା ରୋଗୀ ଗୁରୁତର ହୋଇପାରେ। ତେଣୁ ଏହାକୁ ଆଦୌ ଅଣଦେଖା କରନ୍ତୁନି।