Home Awareness ଟିକା ନେବା ପୂର୍ବରୁ ଆଣ୍ଟିଜେନ୍‌ ପରୀକ୍ଷା ଅନାବଶ୍ୟକ

ଟିକା ନେବା ପୂର୍ବରୁ ଆଣ୍ଟିଜେନ୍‌ ପରୀକ୍ଷା ଅନାବଶ୍ୟକ

121
0

ଭୁବନେଶ୍ବର : ଟିକା ନେବାକୁ ଚାହୁଥିବା ବ୍ୟକ୍ତିଙ୍କ ରାପିଡ୍ ଆଣ୍ଟିଜେନ୍ କିଟ୍‌ରେ ପରୀକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ। କରୋନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠିତ ଟିକାକରଣ ଜାତୀୟ ବିଶେଷଜ୍ଞ ଗ୍ରୁପ୍‌ ବା ଏନ୍‌ଇଜିଭିଏସି ପକ୍ଷରୁ ଏ ସଂପର୍କରେ ସ୍ପଷ୍ଟ କରାଯିବା ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇଛି। ଏ ଭିତ୍ତିରେ ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ, ନଗର ନିଗମକୁ ଚିଠି ଜାରି ହୋଇଛି। ଏହାସହ ଏନ୍‌ଇଜିଭିଏସି ପକ୍ଷରୁ ଆଉ କେତେକ ଉପଦେଶାବଳୀ ମଧ୍ୟ ଜାରି କରାଯାଇଛି।