Home Covid ‘ନିରବତା ହିଁ ଅପକର୍ମରେ ସହଯୋଗିତା’ କହି ‘କୋଭିଡ୍‌-୧୯ ହେଟ୍‌ କ୍ରାଇମ୍‌’ ବିଲ୍‌ରେ ସ୍ବାକ୍ଷର କଲେ ଜୋ...

‘ନିରବତା ହିଁ ଅପକର୍ମରେ ସହଯୋଗିତା’ କହି ‘କୋଭିଡ୍‌-୧୯ ହେଟ୍‌ କ୍ରାଇମ୍‌’ ବିଲ୍‌ରେ ସ୍ବାକ୍ଷର କଲେ ଜୋ ବାଇଡେନ୍‌

107
0

ୱାସିଂଟନ୍‌: ଗୁରୁବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍‌ ‘କୋଭିଡ୍‌-୧୯ ହେଟ୍‌ କ୍ରାଇମ୍‌’ (ବିଦ୍ବେଷାତ୍ମକ ଅପରାଧ) ବିଧେୟକରେ ସ୍ବାକ୍ଷର କରିବା ପରେ ତାହା ଆଇନରେ ପରିଣତ ହୋଇଛି। କରୋନାଭାଇସର୍‌ ମହାମାରୀ ବ୍ୟାପିବା ପରେ ପରେ ଏସୀୟ-ଆମେରିକୀୟମାନଙ୍କ ଉପରେ ହେଉଥିବା ଆକ୍ରମଣ ପ୍ରତିହତ କରିବା ଲାଗି କଂଗ୍ରେସରେ ଏହି ବିଲ୍‌ ଆଗତ ହୋଇଥିଲା ଏବଂ ଦଳମତ ନିର୍ବିଶେଷରେ ବିପୁଳ ସମର୍ଥନ ପାଇ ପାରିତ ହୋଇଛି।