Home Awareness ହ୍ୱାଇଟ୍ ଫଙ୍ଗସ୍ କଣ, ଏହା କାହିଁକି ବ୍ଲାକ୍ ଫଙ୍ଗସ୍ ଠାରୁ ବିପଜ୍ଜନକ? ଜାଣନ୍ତୁ…

ହ୍ୱାଇଟ୍ ଫଙ୍ଗସ୍ କଣ, ଏହା କାହିଁକି ବ୍ଲାକ୍ ଫଙ୍ଗସ୍ ଠାରୁ ବିପଜ୍ଜନକ? ଜାଣନ୍ତୁ…

140
0

କରୋନା ମହାମାରୀ ଭିତରେ ଏବେ ଫଙ୍ଗଲ ସଂକ୍ରମଣ ବିପଦ ସୃଷ୍ଟି କରିବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ବ୍ଲାକ୍ ଫଙ୍ଗସ୍‌ର ଅନେକ ଆକ୍ରାନ୍ତ ହେବା ପରେ କେନ୍ଦ୍ର ସରକାର ପ୍ରଭାବିତ ରାଜ୍ୟମାନଙ୍କୁ ଏହାକୁ ମହାମାରୀ ଘୋଷଣା କରିବାକୁ କହିଥିଲେ। ଏହି ସଂକ୍ରମଣର ବିପଦ ଟଳି ନ ଥିବା ବେଳେ ଏବେ ହ୍ୱାଇଟ୍ ଫଙ୍ଗସ୍ ଆତଙ୍କ ଖେଳେଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ନୂତନ ସଂକ୍ରମଣ ବ୍ଲାକ୍ ଫଙ୍ଗସ୍ ଅପେକ୍ଷା ଅଧିକ ବିପଜ୍ଜନକ। କାରଣ ଏହା କେବଳ ଗୋଟିଏ ଅଙ୍ଗକୁ ନୁହେଁ, ଫୁସ୍‌ଫୁସ୍‌ ଏବଂ ମସ୍ତିଷ୍କରୁ ଆରମ୍ଭ କରି ପ୍ରତ୍ୟେକ ଅଙ୍ଗକୁ ପ୍ରଭାବିତ କରିଥାଏ।