Home Awareness ଏବେ ଆପଣଙ୍କ ମୋବାଇଲ୍‌ ଫୋନ୍‌ରେ ମିଳିଯିବ COVID ପରୀକ୍ଷା ରିପୋର୍ଟ; ନୂଆ ସୁବିଧା ଆରମ୍ଭ ହେଲା

ଏବେ ଆପଣଙ୍କ ମୋବାଇଲ୍‌ ଫୋନ୍‌ରେ ମିଳିଯିବ COVID ପରୀକ୍ଷା ରିପୋର୍ଟ; ନୂଆ ସୁବିଧା ଆରମ୍ଭ ହେଲା

134
0

ଏହି ଡିଜିଟାଲ୍ ପରୀକ୍ଷା ରିପୋର୍ଟରେ ନମୁନା ପରୀକ୍ଷା କରିଥିବା ବ୍ୟକ୍ତିଙ୍କ ସମସ୍ତ ବିବରଣୀ ରହିବ। ଏହି ରିପୋର୍ଟରେ ଥିବା କ୍ୟୁଆର୍ କୋଡ୍ ଯୋଗେ ପ୍ରାଧିକୃତ ସଂସ୍ଥା ଯେକୌଣସି ସମୟରେ ରିପୋର୍ଟର ସତ୍ୟାସତ୍ୟ ଯାଞ୍ଚ କରିପାରିବେ ।

ଭୁବନେଶ୍ୱର: କୋଭିଡ଼ ଟେଷ୍ଟିଂ ପରେ ଏହାର ରିପୋର୍ଟ ପାଇବା ପାଇଁ ଆଉ ଲୋକଙ୍କୁ ହଇରାଣ ହେବାକୁ ପଡି଼ବନି । ଲୋକଙ୍କୁ ସୁବିଧାରେ କୋଭିଡ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର ଶନିବାର ଦିନ କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟ୍ ଲୋକାର୍ପିତ କରିଛନ୍ତି । ଆଉ ଲୋକଙ୍କୁ ବାରମ୍ବାର ଟେଷ୍ଟିଂ ଲାବରୋଟେରିକୁ ଧାଇଁବାକୁ ପଡ଼ିବନି ।