Home Covid ଭାରତରେ ସ୍ପୁଟନିକ୍-ଭି ଭାକସିନ୍‌ର ଉତ୍ପାଦନ ଆରମ୍ଭ, ବର୍ଷକୁ ତିଆରି ହେବ ୧୦ କୋଟି ଡୋଜ୍

ଭାରତରେ ସ୍ପୁଟନିକ୍-ଭି ଭାକସିନ୍‌ର ଉତ୍ପାଦନ ଆରମ୍ଭ, ବର୍ଷକୁ ତିଆରି ହେବ ୧୦ କୋଟି ଡୋଜ୍

107
0

ନୂଆଦିଲ୍ଲୀ,୨୫/୦୫: ଭାରତରେ କୋଭିଡ-୧୯ ଟିକାକରଣ ଅଭିଯାନ ଜୋରଦାର ହେବ । ଏଥିପାଇଁ ଆଜିଠାରୁ ରୁଷର କରୋନା ଟିକା ସ୍ପୁଟନିକ-୫ର ଉତ୍ପାଦନ ଏଠାରେ ଆରମ୍ଭ ହୋଇଯାଇଛି । ଦିଲ୍ଲୀର ପ୍ୟାନେସିଆ ବାୟୋଟେକ ଏହାର ଉତ୍ପାଦନ ଆରମ୍ଭ କରିଛି ଏବଂ ବର୍ଷକୁ ଏହାର ପାଖାପାଖି ୧୦ କୋଟି ଡୋଜ ଉତ୍ପାଦନ କରିବ ବୋଲି ଲକ୍ଷ୍ୟଧାର୍ଯ୍ୟ କରିଛି । ରସିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ) ଏକ ବିବୃତି ଜାରି କରି ସୋମବାର ଏହି ସୂଚନା ଦେଇଛି ।