Home Covid ସାମ୍ନାକୁ ଆସିଲା ନୂଆ ତଥ୍ୟ, କୁକୁରଙ୍କଠାରୁ ବ୍ୟାପିଲା କରୋନା..

ସାମ୍ନାକୁ ଆସିଲା ନୂଆ ତଥ୍ୟ, କୁକୁରଙ୍କଠାରୁ ବ୍ୟାପିଲା କରୋନା..

102
0

କ୍ୱାଲାଲାମପୁର: ମାଲେସିଆର ବୈଜ୍ଞାନିକମାନେ ଏକ ନୂତନ କରୋନା ଭାଇରସ୍ ଚିହ୍ନଟ କରିଛନ୍ତି । କୁହାଯାଉଛି ଯେ, ଏହି ନୂଆ ଭାଇରସ୍‌ କୁକୁର ମାନଙ୍କଠାରୁ ସୃଷ୍ଟି ହୋଇଛି । ଖାଲି ସେତିକି ନୁହେଁ ବହୁ ବର୍ଷ ପୂର୍ବେ ଏହି ରୋଗରେ କିଛି ଲୋକ ଆକ୍ରାନ୍ତ ମଧ୍ୟ ହୋଇଥିଲେ । ବୈଜ୍ଞାନିକଙ୍କ କହିବାନୁଯାୟୀ ଯଦି ଏହା ସ୍ପଷ୍ଟ ହୁଏ, ତେବେ ଏହା ଅଷ୍ଟମ ଭୂତାଣୁ ହେବ ଯାହା ପଶୁମାନଙ୍କଠାରୁ ମଣିଷମାନଙ୍କ ପାଖକୁ ଆସିଛି । ଆହୁରି ମଧ୍ୟ, ମଣିଷର ସବୁଠୁ ଭଲ ବନ୍ଧୁ କୁହାଯାଉଥିବା କୁକୁରଠାରୁ ଆସିଥିବା ଏହା ପ୍ରଥମ ଭାଇରସ୍‌ ।