Home Covid କରୋନା ଲଢେଇର ନୂଆ ଅସ୍ତ୍ର। ଆଣ୍ଟିବଡ଼ି କକଟେଲ୍, ଦିନକରେ ହେଉଛନ୍ତି ସୁସ୍ଥ !

କରୋନା ଲଢେଇର ନୂଆ ଅସ୍ତ୍ର। ଆଣ୍ଟିବଡ଼ି କକଟେଲ୍, ଦିନକରେ ହେଉଛନ୍ତି ସୁସ୍ଥ !

118
0

ନୂଆଦିଲ୍ଲୀ: କରୋନା ଲଢେଇର ନୂଆ ଅସ୍ତ୍ର ଆଣ୍ଟିବଡ଼ି କକଟେଲ୍। ଭାରତରେ ବି ଏହି ଚିକିତ୍ସା ପଦ୍ଧତି ଆରମ୍ଭ ହୋଇଯାଇଛି। ଖୁସି ଖବର ହେଉଛି ଏହି ଇଞ୍ଜେକସନ୍ ଦିଆଯିବାର ଦିନକ ପରେ ବହୁବିଧ ସ୍ବାସ୍ଥ୍ୟ ସମସ୍ୟା ଥିବା ୮୪ ବର୍ଷୀୟ ବୃଦ୍ଧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲ ଅଧ୍ୟକ୍ଷ ଡାକ୍ତର ନରେଶ ତ୍ରେହାନ ଏହି ସୂଚନା ଦେଇଛନ୍ତି। ତେବେ ସଂପୃକ୍ତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର ରଖାଯାଇଛି ଏବଂ ଆଣ୍ଟିବଡ଼ି ଚିକିତ୍ସା କିଭଳି କାମ ଦେଉଛି ତାର ଅନୁଧ୍ୟାନ କରାଯାଉଥିବା ଡାକ୍ତର ତ୍ରେହାନ କହିଛନ୍ତି।