Home Covid ଆଜି ସଂଧ୍ୟାରେ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ

ଆଜି ସଂଧ୍ୟାରେ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ

134
0

ଭୁବନେଶ୍ୱର : ଆଜି ନବୀନ ପଟ୍ଟନାୟକ ସରକାରର ପଞ୍ଚମ ପାଳିର ଦୁଇ ବର୍ଷ ପୂରିଛି। ଦୁଇ ବର୍ଷ ତଳେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀଭାବେ ପଞ୍ଚମ ଥର ପାଇଁ ଶପଥ ନେଇଥିଲେ। ଏହି ଅବସରରେ ଆଜି ସଂଧ୍ୟା ସାଢ଼େ ୫ଟାରେ ମନ୍ତ୍ରୀ ପରିଷଦ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ହେବ। ନିର୍ବାଚନ ଇସ୍ତାହାରରେ ବିଜେଡି ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ ହୋଇଛି, କେତେ ବାକି ଅଛି, ତା ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ।