Home Covid କରୋନା ଟିକାକରଣ ପାଇଁ ପ୍ରାଇଭେଟ୍‌ ହସ୍ପିଟାଲ୍‌ର ‘ହୋଟେଲ୍‌ ପ୍ୟାକେଜ୍‌’କୁ ନା

କରୋନା ଟିକାକରଣ ପାଇଁ ପ୍ରାଇଭେଟ୍‌ ହସ୍ପିଟାଲ୍‌ର ‘ହୋଟେଲ୍‌ ପ୍ୟାକେଜ୍‌’କୁ ନା

128
0

ନୂଆଦିଲ୍ଲୀ:  ଦେଶର ବହୁ ସ୍ଥାନରେ କରୋନା ଟିକାର ଅଭାବ ଅଭିଯୋଗ ଆସୁଥିବା ବେଳେ କେତେକ ସ୍ଥାନରେ କିଛି ପ୍ରାଇଭେଟ ହସ୍ପିଟାଲ ଓ ହୋଟେଲ ମିଳିତ ଭାବେ କରୋନା ଟିକାକରଣ ପ୍ୟାକେଜ ଦେଉଥିବାର ଅଭିଯୋଗ ହୋଇଛି। ଲକ୍‌ଜୁରି ହୋଟେଲରେ ପ୍ରାଇଭେଟ ହସ୍ପିଟାଲ ଗୁଡ଼ିକ ଟିକାକରଣ ବ୍ୟବସ୍ଥା କରିଛନ୍ତି। ଟିକାକରଣ ଲାଗି ଦିଆଯାଉଥିବା ଏହି ପ୍ୟାକେଜ୍‌ରେ ଲକ୍‌ଜୁରି ଓ ଷ୍ଟାର ହୋଟେଲରେ ରହିବା, ଜଳଖିଆ, ରାତ୍ରୀ ଭୋଜନ, ଓ୍ୱାଇଫାଇ ବ୍ୟବହାର ସହ ଅନ୍ୟାନ୍ୟ ସୁବିଧା ରହିଛି। ଏହାକୁ ନେଇ କଡ଼ା ଆପତ୍ତି ପ୍ରକାଶ କରିଛି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ। ଏହା ଟିକାକରଣ ଗାଇଡ୍‌ଲାଇନ୍‌ର ଉଲ୍ଲଂଘନ ବୋଲି କୁହାଯାଉଛି। ଏପରି ବ୍ୟବସ୍ଥାକୁ ବନ୍ଦ କରିବା ସହିତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଅତିରିକ୍ତ ସଚିବ ଡଃ ମନୋହର ଅଗନାନି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି।