Home Covid କରୋନା ମୁକାବିଲା ଲାଗି ବଡ଼ ପ୍ରସ୍ତୁତି କରୁଛନ୍ତି ରାଜ୍ୟ ସରକାର

କରୋନା ମୁକାବିଲା ଲାଗି ବଡ଼ ପ୍ରସ୍ତୁତି କରୁଛନ୍ତି ରାଜ୍ୟ ସରକାର

112
0

ତୃତୀୟ ଲହରୀର ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହରୀର ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି। ବିଶେଷ ଭାବେ ମେଡିକାଲ୍ ଓ ଟେଷ୍ଟିଂ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ଦୁଇରୁ ଅଢ଼େଇ ମାସ ମଧ୍ୟରେ ସମସ୍ତ ଜିଲ୍ଲା ମୁଖ୍ୟ ହସ୍ପିଟାଲ୍ ଏବଂ ମେଡିକାଲ୍ କଲେଜରେ ଅକ୍ସିଜେନ୍ ପିଏସ୍ଏ ଓ ଲିକ୍ୟୁଡ୍‌ ଅକ୍ସିଜେନ୍ ପ୍ଲାଣ୍ଟ ବ୍ୟବସ୍ଥା କରାଯିବ। ବିଶେଷ ଭାବେ ଶିଶୁଙ୍କୁ ଗୁରୁତ୍ୱ ଦେଇ ଅଧିକ ମେଡିକାଲ୍ ବେଡର ବ୍ୟବସ୍ଥା କରାଯାଉଛି।