Home Awareness ବିମାନଯାତ୍ରୀଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଜରୁରୀ

ବିମାନଯାତ୍ରୀଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଜରୁରୀ

127
0

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କଡାକଡି ହେଲା କୋଭିଡ କଟକଣା। ସଂକ୍ରମଣ ହାର କମୁ ନ ଥିବାରୁ ଆଜିଠୁ ଆରମ୍ଭ ହୋଇଛି ୩ୟ ପର୍ଯ୍ୟାୟ ଲକ୍‌ ଡାଉନ। ଏଥିସହିତ ସପ୍ତାହାନ୍ତ ଲକ୍‌ ଡାଉନ ମଧ୍ୟ ଜାରି ରହିଛି। ଏବେ ବିମାନଯାତ୍ରୀଙ୍କ ପାଇଁ ଲାଗୁ ହୋଇଛି କଟକଣା। ଭୁବନେଶ୍ୱରରେ ଓହ୍ଲାଉଥିବା ବିମାନ ଯାତ୍ରୀଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଛନ୍ତି ବିଏମସି କର୍ତ୍ତୃପକ୍ଷ ।