Home Covid ନବୀନଙ୍କ ଟିକା ଚିଠି । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି, କହିଲେ ଟିକା ପାଇଁ...

ନବୀନଙ୍କ ଟିକା ଚିଠି । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି, କହିଲେ ଟିକା ପାଇଁ ନ ଲଢି ଲୋକଙ୍କ ଜୀବନ ବଞ୍ଚାଇବାକୁ ଏକାଠି ହୁଅନ୍ତୁ । ଟିକା ସଂକଟ ଦୂର ପାଇଁ ଲୋଡିଲେ ସହମତି ।

116
0

କନକ ବ୍ୟୁରୋ : ଟିକାକୁ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା କାଳରେ କେବଳ ଟିକାକରଣ ହିଁ ଲୋକଙ୍କୁ ସୁରକ୍ଷିତ ରଖିପାରିବ । ଟିକାକରଣ ପ୍ରାଥମିକତା ନ ପାଇଲେ କୌଣସି ରାଜ୍ୟ ସୁରକ୍ଷିତ ନୁହେଁ । ଏଭଳି ସ୍ଥଳେ କେନ୍ଦ୍ର ଟିକା ସଂଗ୍ରହ କରି ରାଜ୍ୟ ଗୁଡିକୁ ଯୋଗାଇବାକୁ ଯୁକ୍ତି ପୁଣିଥରେ ଦୋହରାଇଛନ୍ତି ନବୀନ । ଯାହାଦ୍ୱାରା ସମସ୍ତଙ୍କର ଟିକାକରଣ ଅତିଶୀଘ୍ର ହୋଇପାରିବ ।