Home Covid ବ୍ଲାକ୍ ଫଙ୍ଗସ୍‌କୁ ନେଇ ବଢୁଛି ବିପଦ

ବ୍ଲାକ୍ ଫଙ୍ଗସ୍‌କୁ ନେଇ ବଢୁଛି ବିପଦ

128
0

ମ୍ୟୁକୋରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍‌କୁ ନେଇ ବଢୁଛି ବିପଦ। କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବା ବହୁ ବ୍ୟକ୍ତି ସେଥିରୁ ଆରୋଗ୍ୟ ଲାଭ ପରେ ବ୍ଳାକ୍ ଫଙ୍ଗସ୍‌ରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ଏବେ ଚିନ୍ତାରେ ରାଜ୍ୟ ସରକାର। ଧୀରେ ଧୀରେ ବ୍ଳାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବି ବଢୁଛି। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ରାଜ୍ୟରେ ଏଯାଏଁ ଚିହ୍ନଟ ହେଲେଣି ୪୧ ଜଣ ବ୍ଲାକ୍ ଫଙ୍ଗସ ରୋଗୀ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ଜୀବନ ଯାଇଛି। ଜଣେ ସୁସ୍ଥ ହୋଇଛନ୍ତି।