Home Covid ବିଏମସିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ: ଆଜିଠୁ ବାସହୀନଙ୍କୁ ମିଳିବ ଟିକା

ବିଏମସିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ: ଆଜିଠୁ ବାସହୀନଙ୍କୁ ମିଳିବ ଟିକା

122
0

ଭୁବନେଶ୍ୱର: ରାଜ୍ୟରେ କରୋନାର ହଟସ୍ପଟ ପାଲଟିଛି ଭୁବନେଶ୍ୱର। କରୋନା ସଂକ୍ରମିତଙ୍କ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ସବୁଠାରୁ ଉପରେ ଥିବାବେଳେ ଅର୍ଦ୍ଧାଧିକ ରୋଗୀ ରାଜଧାନୀ ଭୁବନେଶ୍ୱରରୁ ବାହାରୁଛନ୍ତି। ତେଣୁ ସଂକ୍ରମଣ ରୋକିବା ପାଇଁ ବିଏମସି ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। ସଂକ୍ରମଣ ରୋକିବା ପାଇଁ ଟିକାକରଣ ଉପରେ ଗୁରୁତ୍ୱ ଦେଇ ବିଏମ୍‌ସି ପକ୍ଷରୁ ଆଜି ଆରମ୍ଭ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଚିହ୍ନଟ ତଥା ପଞ୍ଜିକୃତ ବାସହୀନଙ୍କର ହେବ ଟୀକା କରଣ । ପୂର୍ବରୁ ସହରାଞ୍ଚଳ ବାସହୀନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏବେ ଲୋକଙ୍କ ନିକଟକୁ ଯାଇ ଦିଆଯିବ ଟୀକା।