Home Covid ସେପ୍ଟେମ୍ବର-ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହର, ବଞ୍ଚିବାର ଉପାୟ କହିଲେ ଭିକେ ପଲ୍

ସେପ୍ଟେମ୍ବର-ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହର, ବଞ୍ଚିବାର ଉପାୟ କହିଲେ ଭିକେ ପଲ୍

106
0

ନୂଆଦିଲ୍ଲୀ ୦୪/୦୬ : ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ସ୍ଥିତି ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂଘର୍ଷ ଜାରି ରହିଛି। ଦ୍ଵିତୀୟ ଲହରର ପ୍ରକୋପ ଥମିଥିଲେ ମଧ୍ୟ ବର୍ତ୍ତମାନ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ପ୍ରଥମ ଲହରଠୁ ମଧ୍ୟ ଅଧିକ ରହିଛି। ଇତି ମଧ୍ୟରେ ନୀତି ଆୟୋଗ ସଦସ୍ୟ ତୃତୀୟ ଲହରକୁ ନେଇ ସଚେତନ କରିଛନ୍ତି । ଭିକେ ସାରସ୍ୱତ କହିଛନ୍ତି ଯେ ସେପ୍ଟେମ୍ବର-ଅକ୍ଟୋବର ମାସରେ ତୃତୀୟ ଲହର ଆରମ୍ଭ ହେବ ବୋଲି ଆଶଙ୍କା କରାଯାଉଛି । ଏଥିରୁ ବଞ୍ଚିବାର ଗୋଟିଏ ଉପାୟ ହେଲା, ଅଧିକରୁ ଅଧିକ ଲୋକଙ୍କ ଟିକାକରଣ ।