Home Covid ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ୨୨ ଜିଲ୍ଲାକୁ ସଂପ୍ରସାରିତ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ୨୨ ଜିଲ୍ଲାକୁ ସଂପ୍ରସାରିତ

104
0

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣକୁ ଅଧିକରୁ ଅଧିକ ଜିଲ୍ଲାକୁ ସଂପ୍ରସାରିତ କରାଯାଇଛି। ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକାକରଣ ମେ ମାସରେ ଆରମ୍ଭ ହୋଇଥିଲେ ବି ଏହା ମାତ୍ର ୫ଟି ପୌରାଞ୍ଚଳ ଓ ୬ଟି ଜିଲ୍ଲାରେ ଚାଲିଥିଲା। ଏବେ ଏହାକୁ ବାକି ରହିଥିବା ଆଉ ୨୨ଟି ଜିଲ୍ଲା ମୁଖ୍ୟାଳୟ ପୌରାଞ୍ଚଳ ଓ ଏନ୍ଏସିକୁ ସଂପ୍ରସାରିତ କରାଯାଇଛି। ଚଳିତ ମାସ ରାଜ୍ୟକୁ ୬ ଲକ୍ଷ ୪୫ ହଜାର ୭୯୦ ଡୋଜ୍ କୋଭିସିଲ୍ଡ ଟିକା ଆସୁଅଛି। ପ୍ରଥମ ଡୋଜ୍ ପାଇଁ ଜିଲ୍ଲାଗୁଡ଼ିକୁ ନିଜ ନିଜର ଆବଶ୍ୟକତା ଅନୁସାରେ ଏହି ଟିକା ବଣ୍ଟନ କରାଯିବ। ଯାହା ଫଳରେ ୧୮ରୁ ୪୪ ବର୍ଷ ବୟସ ବର୍ଗର ଲୋକଙ୍କୁ ଟିକା ଦେବା ସହଜ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।