Home Covid କାଳ ହେଉଛି ECMO ଅଭାବ: ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ଗୁରୁତର ରୋଗୀ

କାଳ ହେଉଛି ECMO ଅଭାବ: ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ଗୁରୁତର ରୋଗୀ

121
0

ଭୁବନେଶ୍ୱର: ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ ମୃତ୍ୟୁ ସହ ସଂଘର୍ଷ କରି କରି ଶେଷରେ ଯୁବା ବୟସରେ ଆଖିବୁଜିଲେ। ସେତେବେଳେ ରାଜ୍ୟ ସରକାରଙ୍କୁ କାକୁତି ମୀନତି ହୋଇ ପୁଅର ଚିକିତ୍ସା ପାଇଁ ଏକମୋ ଅର୍ଥାତ ଏକଷ୍ଟ୍ରା କର୍ପୋରିୟଲ ମେମ୍ବ୍ରେନ ଅକ୍ସିଜେନେସନ ସେବା ଲାଗି ନିବେଦନ କରିଥିଲେ କାରଣ ଯେଉଁ ମେଡ଼ିକାଲ୍‌ରେ ତାଙ୍କ ପୁଅର ଚିକିତ୍ସା ଚାଲୁଥିଲା ସେଠାରେ ନଥିଲା ଏକ୍‌ମୋ ମେସିନ୍। ଶେଷରେ ସମ୍ଭବ ନହେବାରୁ ପୁୁଅ ଆଖି ବୁଜିଥିବା ଦର୍ଶାଇ ଏକ ଭାବବିହ୍ୱଳ ପୋଷ୍ଟ ବି କରିଥିଲେ ।