Home Covid ‘ସଂକ୍ରମଣ କମୁଛି, ସର୍ଭେଲାନ୍ସ କାମ ଦେଉଛି’

‘ସଂକ୍ରମଣ କମୁଛି, ସର୍ଭେଲାନ୍ସ କାମ ଦେଉଛି’

133
0

ଭୁବନେଶ୍ୱର: ରାଜ୍ୟର କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗୋଟିଏ ସମୟ ଥିଲା ଆମର ୨୩% ଉପରେ ସଂକ୍ରମଣ ହାର ରହୁଥିଲା। ଧିରେ ଧିରେ କମି ବର୍ତ୍ତମାନ ୯ ପ୍ରତିଶତରେ ପହଞ୍ଚିଲାଣି। ସେତେବେଳେ ଟେଷ୍ଟିଂ କମ୍ ଥିଲା, ଏବେ ଟେଷ୍ଟିଂ ଗୁରୁତ୍ୱ ଦେଇ ବଢ଼ାଇଛୁ। ଏଥିରୁ ଜଣାପଡ଼ୁଛି ଆମ ସଂକ୍ରମଣ କମୁଛି, ଆମ ସର୍ଭେଲାନ୍ସ କାମ ଦେଇଛି। ସଂକ୍ରମଣ ବ୍ରେକ ପାଇଁ ଯେଉଁ ପ୍ରୟାସ ଥିଲା, ତାହା ସଫଳ ହୋଇଛି। ଏହିପରି ସଂକ୍ରମଣ କମିଲେ, ଆଶା ଯାହା ସେଠି ପହଞ୍ଚିବାକୁ ୭ରୁ ୮ ଦିନ ଲାଗିବ ।