Home Covid କରୋନା ତୃତୀୟ ଲହରରେ ପ୍ରଭାବିତ ହେବନି ଦିଲ୍ଲୀ ଅଥବା ମୁମ୍ବାଇ: ବିଶେଷଜ୍ଞ

କରୋନା ତୃତୀୟ ଲହରରେ ପ୍ରଭାବିତ ହେବନି ଦିଲ୍ଲୀ ଅଥବା ମୁମ୍ବାଇ: ବିଶେଷଜ୍ଞ

128
0

ନୂଆଦଲ୍ଲୀ ୮।୬: କରୋନା ଭାଇରସ ମହାମାରୀ ଦ୍ୱତୀୟ ଲହର ଦେଶରେ ମୋଟ ଜନସଂଖ୍ୟାର ମାତ୍ର ୫ ପ୍ରତିଶତଙ୍କୁ ପ୍ରଭାବିତ କରିଛି। ଗତ ବର୍ଷ ଦେଶରେ ଭୂତାଣୁ ସଂକ୍ରମଣ କାଳରେ ଯେଉଁମାନେ ଆକ୍ରାନ୍ତ ହୋଇଥିଲେ ସେହିମାନେ ହିଁ ଏହି ଲହରରେ ଗୁରୁତର ପ୍ରଭାବିତ ହୋଇଛନ୍ତି। ଟିକାକରଣର ଜାତୀୟ ବୈଷୟିକ ପରାମର୍ଶଦାତା ସମୂହ (ଏନଟିଏଜିଆଇ)ଙ୍କ କୋଭିଡ-୧୯ କାର୍ଯ୍ୟକାରୀ ଗ୍ରୁପ ଅଧ୍ୟକ୍ଷ ଡା.ଏନ.କେ. ଆରୋରା ଏହା କହିଛନ୍ତି ।