Home Covid ଆଦିବାସୀ ହେଲେ ବି ଏମାନେ ସଚେତନ; କରୋନାକୁ ମାତ୍‌ ଦେଇଛନ୍ତି, ସଂକ୍ରମଣରେ ବ୍ରେକ୍ ଲଗାଇଛନ୍ତି

ଆଦିବାସୀ ହେଲେ ବି ଏମାନେ ସଚେତନ; କରୋନାକୁ ମାତ୍‌ ଦେଇଛନ୍ତି, ସଂକ୍ରମଣରେ ବ୍ରେକ୍ ଲଗାଇଛନ୍ତି

108
0

ବ୍ରହ୍ମପୁର/ଭଞ୍ଜନଗର: ସାରା ଦେଶରେ କରୋନାକୁ ନେଇ ହାହାକାର । ହେଲେ କରୋନାକୁ ମାତ ଦେଇଛି ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ କଙ୍କିଆ ପଞ୍ଚାୟତ। ପ୍ରଥମ ଲହର ହେଉ କି ଦ୍ୱିତୀୟ ଲହର ଏଠି କରୋନା ମୁହଁ ମାରିନି। ପାହାଡ଼ ଜଙ୍ଗଲ ଘେରା ଏହି ପଞ୍ଚାୟତରେ ରହୁଥିବା ଲୋକ ଆଦିବାସୀ ହେଲେ ବି କୋଭିଡ ଗାଇଡ ଲାଇନ ମାନୁଛନ୍ତି। ତେଣୁ କରୋନା ଏମାନଙ୍କ ପାଖ ମାଡିନି। ସେପଟେ ସୋରଡ଼ା ବ୍ଲକର ଗାଜଲବାଡି , ଖଜୁରିପଲ୍ଲୀ ଭଳି ୩୦ଟି ଗାଁରେ ଲୋକଙ୍କ ସଚେତନତା ଯୋଗୁଁ ଗାଁ କରୋନା ମୁକ୍ତ ରହିଛି ।