Home Covid ସଂକ୍ରମଣ କମ୍‌ ଥିବା ଜିଲ୍ଲାରେ ଫିଟିବ ତାଲା !

ସଂକ୍ରମଣ କମ୍‌ ଥିବା ଜିଲ୍ଲାରେ ଫିଟିବ ତାଲା !

119
0

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍। କମୁଛି ଦୈନିକ ସଂକ୍ରମଣ, ଲଗାତର ଖସିଚାଲିଛି ପଜିଟିଭିଟି ରେଟ୍। ନଜର ପକାନ୍ତୁ ରାଜ୍ୟରେ ଗଲା ୫ ଦିନର ଟେଷ୍ଟ ପଜିଟିଭ୍ ରେଟ୍ ଉପରେ। ୭ ତାରିଖରେ-୯.୧, ୮ରେ-୮.୫୫, ୯ରେ-୮.୭୫, ୧୦ରେ-୮.୭୫ ଆଉ ଆଜି-୭.୯୮ ପ୍ରତିଶତ। ଅବଶ୍ୟ ମୃତ୍ୟୁ ସଂଖ୍ୟା ୪୦ ତଳକୁ ଖସୁନି କିନ୍ତୁ ଟେଷ୍ଟ ପଜିଟିଭିଟି ରେଟ୍ ୮ ତଳକୁ ଖସି ଆସିଥିବାରୁ କରୋନା ବିରୋଧରେ ଦ୍ୱିତୀୟ ପର୍ଯ୍ୟାୟ ଯୁଦ୍ଧର କଣ ରହିବ ଆଗାମୀ ରଣନୀତି? ଜୁନ୍ ୧୭ ପରେ ଅନଲକ୍‌କୁ ଯିବ କି ଓ଼ଡ଼ିଶା? ଜୀବନ ସହ ଜୀବିକାକୁ ପ୍ରାଥମିକତା ଦେଇ ଆରମ୍ଭ ହେବ କି ତାଲାଖୋଲା ପ୍ରକ୍ରିୟା ? ଏନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଓ ଆଲୋଚନା ।