Home Covid ଡ୍ରୋନ୍‌ରେ ହେବ ଟିକା ପରିବହନ, ରହିବନି ଟ୍ରାଫିକ୍‌ କିମ୍ବା ରାସ୍ତା ସମସ୍ୟା

ଡ୍ରୋନ୍‌ରେ ହେବ ଟିକା ପରିବହନ, ରହିବନି ଟ୍ରାଫିକ୍‌ କିମ୍ବା ରାସ୍ତା ସମସ୍ୟା

123
0

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ସଂକ୍ରମଣ ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି । ଏହି ସମୟରେ ଦେଶରେ କରୋନା ଟିକାକରଣ ଅଭିଯାନ ମଧ୍ୟ ବ୍ୟାପକ ସ୍ତରରେ ଚାଲିଛି । ଏହି ଟିକାକରଣ ଅଭିଯାନକୁ ଦୁର୍ଗମ ଅଞ୍ଚଳ ପର୍ଯ୍ୟନ୍ତ ଖୁବ୍‌ଶୀଘ୍ର ପହଞ୍ଚାଇବାକୁ ସରକାର ଏବେ ଯୋଜନା କରୁଛନ୍ତି । ଏହି ଯୋଜନାକୁ ସଫଳ କରିବା ପାଇଁ ସରକାର ଏବେ ଡ୍ରୋନ୍‌ର ବ୍ୟବହାର କରିବାକୁ ଯାଉଛନ୍ତି । ଡ୍ରୋନ ଜରିଆରେ ତୁରନ୍ତ ଭ୍ୟାକ୍ସିନ ପହଞ୍ଚାଇବାକୁ ଚଷ୍ଟା କରାଯିବା ସହ ଦୁର୍ଗମ ଅଞ୍ଚଳରେ ମଧ୍ୟ ଏହ ପହଞ୍ଚିପାରିବ । ଆଇଆଇଟି କାନପୁରର ଦ୍ୱାରା ଏହି ଉପାୟକୁ ସମ୍ଭବ ବୋଲି କୁହାଯାଇଛି ।