Home Covid ଡେଲେଟା ପ୍ଲସ୍ ସଂକ୍ରମିତ ବାହାରକୁ ଯାଇନାହାନ୍ତି, ଏହା ସ୍ଥାନୀୟ ସଂକ୍ରମଣ

ଡେଲେଟା ପ୍ଲସ୍ ସଂକ୍ରମିତ ବାହାରକୁ ଯାଇନାହାନ୍ତି, ଏହା ସ୍ଥାନୀୟ ସଂକ୍ରମଣ

141
0

ଭୁବନେଶ୍ୱର ୨୮।୦୬: ରାଜ୍ୟରେ ସଂକ୍ରମଣ ଅବସ୍ଥା ସ୍ଥିର ରହିଛି । ସଂକ୍ରମଣ ବଢୁ ନାହିଁ, କିନ୍ତୁ ରୋଗୀ ସଂଖ୍ୟା କମୁଛି । ଆକ୍ଟିଭ ରୋଗୀଙ୍କ ସଂଖ୍ୟା ବି କମୁଛି । ଯେଉଁ ଷ୍ଟ୍ରାଟେଜିରେ କାର୍ଯ୍ୟ ହେଉଥିଲା , ସେହିପରି କିଛି ଷ୍ଟ୍ରାଟେଜି ଆପଣାଯିବ । ଖାସ୍‌ କରି ୪ ଟି ଦିଗ ଉପରେ ଗୁରୁତ୍ୱ ଦିଆଯିବ । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟେମେଣ୍ଟ ଓ ଟୀକା କରଣକୁ ଗୁରୁତ୍ୱ ଦିଆଯିବ । ଟୀକା କରଣ ଅଧିକ କରି ଟ୍ରାନ୍ସମିସନ ଚେନକୁ ବ୍ରେକ କରିବାକୁ ଯୋଜନା ହୋଇଛି । ସେହିପରି ଦେବଗଡ଼ରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରି ଆସିଛି । ସେ ବାହାରକୁ କୁଆଡ଼େ ଯାଇନାହାନ୍ତି । ଏହା ଏକ ଲୋକାଲ ସଂକ୍ରମଣ ବୋଲି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।