Home Awareness ଫୁସଫୁସକୁ ଶୀଘ୍ର ସଂକ୍ରମିତ କରେ ଡେଲଟା ପ୍ଲସ୍ ଭାରିଆଣ୍ଟ୍, ସରକାରୀ ବିଶେଷଜ୍ଞଙ୍କ ତଥ୍ୟ ପରେ ବଢିଲା...

ଫୁସଫୁସକୁ ଶୀଘ୍ର ସଂକ୍ରମିତ କରେ ଡେଲଟା ପ୍ଲସ୍ ଭାରିଆଣ୍ଟ୍, ସରକାରୀ ବିଶେଷଜ୍ଞଙ୍କ ତଥ୍ୟ ପରେ ବଢିଲା ଭୟ

95
0

ନୂଆଦିଲ୍ଲୀ, ୨୮/୦୬: ଦେଶରେ ନୂଆ ଆତଙ୍କ ସୃଷ୍ଟି କରିଛି କରୋନାର ଡେଲଟା ପ୍ଲସ୍ ଷ୍ଟ୍ରେନ୍ । ଭାଇରସର ଏହି ଭାରିଆଣ୍ଟ ଅନେକ ରାଜ୍ୟରେ ଚିହ୍ନଟ ହେଲାଣି । ଏହାକୁ ନେଇ ନ୍ୟାଶନାଲ ଆଡଭାଇଜାରୀ ଗ୍ରୁପ୍ ଅଫ୍ ଇମ୍ୟୁନାଇଜେସନ୍ ବା ଏନଟିଏଜିଆଇ ଏକ ବଡ ଖୁଲାସା କରିଛି । ଏନଟିଏଜିଆଇ ଅଧ୍ୟକ୍ଷ ଡାକ୍ତର ଏନକେ ଆରୋରା କହିଛନ୍ତି ଯେ, କରୋନାର ଅନ୍ୟ ଭାରିଆଣ୍ଟ ତୁଳନାରେ ଡେଲଟା ପ୍ଲସ୍ ଅତିଶୀଘ୍ର ଫୁସଫୁସକୁ ସଂକ୍ରମିତ କରିଥାଏ । କିନ୍ତୁ ଏହାର ମାନେ ଭାଇରସ ଅଧିକ ଘାତକ ବା ସଂକ୍ରମିତ ନୁହେଁ ।