Home Covid କଣ ହେବ ଓଡ଼ିଶାର କୋଭିଡ୍ ଋଣନୀତି: ଆଂଶିକ ଲକଡାଉନ୍ ନା ପୁରାପୁରି ଅନଲକ୍‌?

କଣ ହେବ ଓଡ଼ିଶାର କୋଭିଡ୍ ଋଣନୀତି: ଆଂଶିକ ଲକଡାଉନ୍ ନା ପୁରାପୁରି ଅନଲକ୍‌?

122
0

ଭୁବନେଶ୍ୱର: ମେ ୫ରୁ ୧୯ ପ୍ରଥମ ପର୍ଯ୍ୟାୟ, ମେ ୧୯ରୁ ଜୁନ୍ ୧ ଦ୍ୱିତୀୟ ପର୍ଯ୍ୟାୟ, ୧ରୁ ଜୁନ୍ ୧୭ ଯାଏଁ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଜୁନ୍ ୧୭ରୁ ଜୁଲାଇ ୧ ସକାଳ ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍। ତେବେ ୧ ପରେ କଣ ହେବ? ଆଂଶିକ ଲକଡାଉନ୍ ବଳବତ୍ତର ରହିବ ନା ପୁରାପୁରି ଅନଲକ୍‌ ପ୍ରକ୍ରିୟାକୁ ଯିବେ ରାଜ୍ୟ ସରକାର? ଯଦି ଯିବେ କଣ ହେବ ଫର୍ମୁଲା? କେଉଁ କେଉଁ ଜିଲ୍ଲାରେ କଟକଣା କୋହଳ ହେବ, କେଉଁ ଜିଲ୍ଲାରେ ବଳବତ୍ତର ରହିବ। ତାକୁ ନେଇ ବିଚାରବିମର୍ଶ ଲାଗି ରହିଛି। ଜୁନ୍ ୧୭ରେ ସଂକ୍ରମଣ ସ୍ଥିତି ଦୃଷ୍ଟିରୁ ଯେଭଳି ଜିଲ୍ଲାଗୁଡିକୁ କ୍ୟାଟାଗୋରୀ A, Bରେ ଭାଗ କରାଯାଇଥିଲା, ପୁଣିଥରେ ସେହି ଫର୍ମୁଲା ଆପଣାଇବେ କି?