Home Awareness ଜୁଲାଇ ୧୬ ଯାଏ ବଢ଼ିଲା ଓଡ଼ିଶାରେ ଆଂଶିକ ଲକ୍‌ଡାଉନ୍‌

ଜୁଲାଇ ୧୬ ଯାଏ ବଢ଼ିଲା ଓଡ଼ିଶାରେ ଆଂଶିକ ଲକ୍‌ଡାଉନ୍‌

160
0

ଭୁବନେଶ୍ୱର:ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ ଅବଧିକୁ ପୁଣି ବଢ଼ାଇ ଦିଆଯାଇଛି। ଜୁଲାଇ ଗାଇଡଲାଇନ୍‌ ନେଇ ମୁଖ୍ୟ ଶାସନ ସଚିବ ଆଜି ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ଆଂଶିକ ଲକ୍‌ଡାଉନକୁ ଲୋକେ ପାଳନ କରିଛନ୍ତି। ୧୭ ଜିଲ୍ଲାରେ ସଂଧ୍ୟା ୫ ଯାଏ ସବୁ ଦୋକାନ ଖୋଲିବାକୁ ଅନୁମତି ଥିଲା। ଖୁସିର କଥା, ୧୭ ଜିଲ୍ଲାରେ ସଂକ୍ରମଣ ଆଉ ବଢ଼ି ନାହିଁ। ବାକି ୧୩ ଜିଲ୍ଲାରୁ ୩ ଜିଲ୍ଲା ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝରରେ ପଜିଟିଭିଟି ୫%ରୁ କମ୍ ରହିଛି। ତେଣୁ ଏହି ୩ ଜିଲ୍ଲାକୁ  କ୍ୟାଟେଗୋରୀ Aରେ ସାମିଲ କରାଯାଇଛି । ଫଳରେ ସଂକ୍ରମଣ କମିଥିବା ୨୦ଟି ଜିଲ୍ଲା କ୍ୟାଟେଗୋରୀ Aରେ ସାମିଲ ହୋଇଛି। ସ୍ଥିତି ଦେଖି ଗ୍ରାଜୁଆଲି ଅନ୍‌ଲକ୍ ଆରମ୍ଭ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।