Home Awareness ଡବ୍ଲୁଏଚ୍‌ଓର ଚେତାବନୀ: କିଛି ସପ୍ତାହ ମଧ୍ୟରେ ବିଶ୍ୱରେ ଖେଳିଯିବ କରୋନାର ଡେଲ୍‌ଟା ଭାରିଆଣ୍ଟ୍‌

ଡବ୍ଲୁଏଚ୍‌ଓର ଚେତାବନୀ: କିଛି ସପ୍ତାହ ମଧ୍ୟରେ ବିଶ୍ୱରେ ଖେଳିଯିବ କରୋନାର ଡେଲ୍‌ଟା ଭାରିଆଣ୍ଟ୍‌

123
0

ନୂଆଦିଲ୍ଲୀ, ୦୧/୦୭: ବିଶ୍ୱ କରୋନା ମହାମାରୀ ସହ ବର୍ତ୍ତମାନ ମଧ୍ୟ ସଂଘର୍ଷ ଜାରି ରଖିଛି । ପ୍ରତ୍ୟକ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଡେଲ୍‌ଟା କୋଭିଡ୍‌ ଭାରିଆଣ୍ଟ୍‌ଥିବା ମାମଲା ଲୋକଙ୍କ ଚିନ୍ତା ବଢ଼ାଇଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏନେଇ କହିଛି ଯେ, ଏକ ଅନୁମାନ ମୁତାବିକ କୋଭିଡ୍‌-୧୯ର ଡେଲ୍‌ଟା ଭାରିଆଣ୍ଟ୍‌ ମାମଲା ଏବେ ୯୬ରୁ ଅଧିକ ଦେଶରେ ଦେଖିବାକୁ ମିଳିଛି । ଆଗାମୀ ମାସରେ ଏହା ଅତ୍ୟଧିକ ସଂକ୍ରମକ ହୋଇପଡ଼ିବ। ଯାହା ଦ୍ୱାରା ସାରା ବିଶ୍ୱରେ କୋରନା ସ୍ଥିତି ଗମ୍ଭୀର ହୋଇପଡ଼ିବା ବୋଲି ଅନୁମାନ କରାଯାଉଛି ।