Home Covid ସେରମ୍ ଇନଷ୍ଟିଚ୍ୟୁଟକୁ ଝଟ୍‌କା, ଶିଶୁଙ୍କ ଉପରେ କୋଭୋଭାକ୍ସର ଟ୍ରାଏଲକୁ ମିଳିଲାନି ଅନୁମତି

ସେରମ୍ ଇନଷ୍ଟିଚ୍ୟୁଟକୁ ଝଟ୍‌କା, ଶିଶୁଙ୍କ ଉପରେ କୋଭୋଭାକ୍ସର ଟ୍ରାଏଲକୁ ମିଳିଲାନି ଅନୁମତି

114
0

ନୂଆଦିଲ୍ଲୀ, ୦୧/୦୭: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ବଡ ଝଟକା ଲାଗିଛି । କେନ୍ଦ୍ରୀୟ ଔଷଧ ପ୍ରାଧିକରଣର ବିଶେଷଜ୍ଞ କମିଟି ଶିଶୁଙ୍କ ଉପରେ ଭାକସିନର ଟ୍ରାଏଲ ପାଇଁ ଅନୁମତି ଦେଇନାହିଁ । ବିଶେଷଜ୍ଞ କମିଟି ଗୁରୁବାର ସେରମ ଇନଷ୍ଟିଚ୍ୟୁଟକୁ ୨ରୁ ୧୭ ବର୍ଷର ଶିଶୁଙ୍କ ଉପରେ କୋଭିଡ୍-୧୯ ଭାକସିନ୍ କୋଭୋଭାକ୍ସର ଦ୍ୱିତୀୟ କିମ୍ବା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଆବେଦନକୁ ନାମଞ୍ଜୁର କରିଛି ।