Home Awareness ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଆସିଗଲା ଟିକା ! ଡିସିଜିଆଇକୁ ଜରୁରୀକାଳିନ ବ୍ୟବହାର...

୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଆସିଗଲା ଟିକା ! ଡିସିଜିଆଇକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମାଗିଲା ଜାଏଡସ କାଡିଲା

120
0

ନୂଆଦିଲ୍ଲୀ, ୦୧/୦୭:  କରୋନା ବିରୋଧରେ ଚାଲିଥିବା ଲଢେଇରେ ଭାରତରୁ ଏକ ବଡ ଅସ୍ତ୍ର ମିଳିବାକୁ ଯାଉଛି । ଯଦି ସବୁ କିଛି ଠିକ୍ ରହେ ତେବେ ଅତିଶୀଘ୍ର ୧୨ ବର୍ଷରୁ ଅଧିକ ବୟସର ଶିଶୁଙ୍କୁ ଟିକା ଦେବା ପ୍ରକ୍ରିୟା ଆରମ୍ଭ ହୋଇଯିବ । ବେଙ୍ଗାଲୁରୁ ସ୍ଥିତ ଜାଏଡସ୍ କାଡିଲା ଡିସିଡିଆଇଙ୍କୁ ୧୨ ବର୍ଷରୁ ଅଧିକ ବୟସର ଶିଶୁଙ୍କଠାରେ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛି । ଯଦି ଡିସିଜିଆଇ ଏହି ଟାକାକୁ ମଞ୍ଜୁରୀ ପ୍ରଦାନ କରେ ତେବେ ଏହାକୁ ଟିକାକରଣରେ ସାମିଲ କରାଯିବ । ସୂଚନାଯୋଗ୍ୟ, ଏହି ଭାକସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇ ସାରିଛି ।