Home Covid ରାଜ୍ୟରେ କେବେ କମିବ କରୋନା ସଂକ୍ରମଣ ? ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ କେବେ କମିବ କରୋନା ସଂକ୍ରମଣ ? ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

98
0

ଭୁବନେଶ୍ୱର: ଚଳିତ ମାସ ଦ୍ୱିତୀୟ ସପ୍ତାହ ବେଳକୁ ରାଜ୍ୟରେ କମିପାରେ କରୋନା ସଂକ୍ରମଣ। ଆଜି ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ଦେଶର ଅନ୍ୟ ରାଜ୍ୟରେ ସଂକ୍ରମଣ କମିଛି। ସେହି ଧାରାରେ ଓଡ଼ିଶାରେ ବି କମିପାରେ ସଂକ୍ରମଣ। ସେପଟେ ମହାମାରୀ ବ୍ୟାପିବା ବେଳେ ସବୁଠୁ ଅଧିକ ଆତଙ୍କିତ କରିଥିବା ବ୍ଲାକ୍ ଫଙ୍ଗସ୍ ରାଜ୍ୟରେ ଏତେଟା ପ୍ରଭାବିତ କରିନି। ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଲେ ଯେକୌଣସି ଫଙ୍ଗସ୍ ଆଟାକ କରିବ। ମେ’ ମାସରୁ ଆଜି ଯାଏ ଜେନମ୍ ସିକ୍ୟୁଏନ୍ସିଂରେ ଡେଲଟା ପ୍ଲସ୍‌ ବାହାରିନି। ଯେପର୍ଯ୍ୟନ୍ତ କୌଣସି ଅଞ୍ଚଳରେ ଦେଖାଯାଇ ନାହିଁ ଆମେ ଆତଙ୍କିତ ହେବାନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।