Home Awareness କୋଭିଡ କଟକଣା ସପକ୍ଷରେ ବିଶେଷଜ୍ଞ, ସମ୍ଭାବ୍ୟ ତୃତୀୟ ଲହର ନେଇ ପ୍ୟାନେଲ ଦେଲା ସିନାରିଓ

କୋଭିଡ କଟକଣା ସପକ୍ଷରେ ବିଶେଷଜ୍ଞ, ସମ୍ଭାବ୍ୟ ତୃତୀୟ ଲହର ନେଇ ପ୍ୟାନେଲ ଦେଲା ସିନାରିଓ

91
0

ଭୁବନେଶ୍ୱର ୪/୭: କୋଭିଡକୁ ଦୃଷ୍ଟିରେ ରଖି ନଭେମ୍ବର ମାସ ପର୍ଯ୍ୟନ୍ତ କଟକଣା ଜାରି ରହିବା ଆବଶ୍ୟକ । ଭ୍ୟାକ୍ସିନେସନ ଶୀଘ୍ର ଶେଷ କରିବା ଉଚିତ୍ । କାରଣ ତୃତୀୟ ଲହର ମୁକାବିଲାର ମୂଳ ମନ୍ତ୍ର ହେବା ଦରକାର ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଟିକା ନେବା ପାଇଁ ଅନାଗ୍ରହ ବ୍ୟକ୍ତି ମାନେ ସାବଧାନ ରୁହନ୍ତୁ । ସେମାନେ ହେବେ ତୃତୀୟ ଲହର ସଂକ୍ରମଣର ସପୁରସ୍ପେଡ଼ର । ତୃତୀୟ ଲହର ନେଇ କେନ୍ଦ୍ର ସରକାରଙ୍କ କୋଭିଡ 19 ପରାମର୍ଶ ଦାତା କମିଟି ତାହାର ରିପୋର୍ଟ ପ୍ରଦାନ କରିଛି ।