Home Awareness ଅକ୍ଟୋବର-ନଭେମ୍ବରରେ ଆସିବ କରୋନାର ତୃତୀୟ ଲହର ! ଅମାନିଆ ହେଲେ ବଢିବ ସଂକ୍ରମଣ

ଅକ୍ଟୋବର-ନଭେମ୍ବରରେ ଆସିବ କରୋନାର ତୃତୀୟ ଲହର ! ଅମାନିଆ ହେଲେ ବଢିବ ସଂକ୍ରମଣ

158
0

ନୂଆଦିଲ୍ଲୀ,୦୫/୦୭: କରୋନା ଦ୍ୱିତୀୟ ଲହର ଥମିଥିବା ବେଳେ ସାମ୍ଭାବ୍ୟ ତୃତୀୟ ଲହରକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ତୃତୀୟ ଲହର ଶୀର୍ଷ ସଂକ୍ରମଣ ଦେଖାଯିବ ବୋଲି କରୋନା ମାମଲା ଉପରେ ନଜର ରଖୁଥିବା ସରକାରୀ ପ୍ୟାନେଲର ବରିଷ୍ଠ ବୈଜ୍ଞାନିକ ସୂଚନା ଦେଇଛନ୍ତି । କୋଭିଡ କଟକଣା ଠିକ୍‌ ରୂପେ ପାଳନ କରା ନଗଲେ ଏପରି ପରିସ୍ଥିତି ସୃଷ୍ଟି ହେବା ନିଶ୍ଚିତ ବୋଲି ପ୍ୟାନେଲର ସଦସ୍ୟ ଡ. ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି । ତେବେ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରରେ ମୃତ୍ୟୁ ସଂଖ୍ୟା ଅପେକ୍ଷାକୃତ କମ ରହିବ ।