Home Covid ଟିକା ନେବାକୁ ଲାଇନ୍, ଇଟା ପଥର ରଖି ନମ୍ୱରିଂ କରୁଛନ୍ତି ଲୋକେ

ଟିକା ନେବାକୁ ଲାଇନ୍, ଇଟା ପଥର ରଖି ନମ୍ୱରିଂ କରୁଛନ୍ତି ଲୋକେ

147
0

ସମ୍ବଲପୁର ୭/୭: ଟିକା ନେବାକୁ ଲାଗୁଛି ଲମ୍ୱା ଲାଇନ । ସମ୍ୱଲପୁରରେ ଟିକା ନେବା ପାଇଁ ଇଟା ପଥର ରଖି ନମ୍ବରିଂ କରୁଛନ୍ତି ଲୋକେ । ଧନକଉଡା ସ୍ବାସ୍ଥ୍ୟକେନ୍ଦ୍ରରେ ସକାଳ ୮ଟାରୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଲୋକେ ଏଭଳି ପନ୍ଥା ଆପଣାଉଛନ୍ତି । ଲାଇନରେ ରଖି ନିଜର ସ୍ଥାନ ସଂରକ୍ଷଣ କରୁଛନ୍ତି । ୧୪.୪.୨୦୨୧ ପୂର୍ବରୁ ଟିକାର ପ୍ରଥମ ଡୋଜ ନେଇଥିବା ବ୍ୟିକ୍ତି ଏବେ ଦ୍ବୀତିୟ ଡୋଜ ନେଇପାରିବେ ବୋଲି ଉଲ୍ଲେଖ ରହିଛି । ଫଳରେ ଦ୍ୱିତୀୟ ଡୋଜ ନେବା ପାଇଁ ଲୋକେ ଶେଷରେ ବାଧ୍ୟ ହୋଇ ଏଭଳି ପନ୍ଥା ଆପଣାଉଛନ୍ତି ।